ରାଜନୀତିରୁ ଭଗବାନଙ୍କୁ ଦୂରେଇ ରଖିବା ଉଚିତ୍: ସୁପ୍ରିମକୋର୍ଟ
ତିରୁପତି ଲଡୁ ବିବାଦରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦ ସହ ଜଡିତ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ ବୋଲି ଶୁଣାଣି ବେଳେ କୋର୍ଟ କହିଛନ୍ତି।
ଲ୍ୟାବ ରିପୋର୍ଟରେ ଦର୍ଶାଯାଇଛି ଯେ ରିଜେକ୍ଟ ହୋଇଥିବା ଘିକୁ ନେଇ ଯାଞ୍ଚ କରାଯାଇଥିଲା। ଏହା ବ୍ୟତୀତ କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଗଣମାଧ୍ୟମକୁ ଯିବାର ଆବଶ୍ୟକତା କ’ଣ ଥିଲା? ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥନ।
ସୁପ୍ରିମକୋର୍ଟ ଏହା ମଧ୍ୟ ପଚାରିଛନ୍ତି ଯେ ତିରୁପତି ମନ୍ଦିରରେ ଲଡୁ ପ୍ରସ୍ତୁତିରେ ଦୂଷିତ ଘି ବ୍ୟବହାର କରାଯାଉଥିବା ନେଇ ପ୍ରମାଣ କ’ଣ ରହିଛି? ଏନେଇ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା କହିଛନ୍ତି ଯେ ଆମେ ଅନୁସନ୍ଧାନ କରୁଛୁ।
ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଚଳିତ ମାସ ପ୍ରାରମ୍ଭରେ ଦାବି କରିଥିଲେ ଯେ ପୂର୍ବତନ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାର ସମୟରେ ତିରୁପତି ଲଡୁ ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାର କରାଯାଇଥିଲା। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପି ଅଭିଯୋଗ କରିଥିଲା। ଯାହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା।
Comments are closed.