Latest Odisha News

BREAKING NEWS

ଟାଇଟାନିକ ଜାହଜରେ ଯାତ୍ରା କରିଥିବା ବ୍ୟକ୍ତିଙ୍କ ଘଂଟା ନିଲାମ ହେଲା ରେକର୍ଡ ଟଙ୍କାରେ

ଲଣ୍ଡନ: ଐତିହାସିକ ଟାଇଟାନିକ ଜାହଜରେ ଯାତ୍ରା କରିଥିବା ଜଣେ ଯାତ୍ରୀଙ୍କ ଘଂଟା ରେକର୍ଡ ଟଙ୍କାରେ ନିଲାମ ହୋଇଛି । ବିବିସି ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ବ୍ୟବସାୟୀ ଜନ ଜ୍ୟାକବ ଏଷ୍ଟରଙ୍କ ଘଂଟା ୧୨ କୋଟିରେ ନିଲାମ ହୋଇଛି । ଏହା ବିଶ୍ୱ ରେକର୍ଡ ବୋଲି ନିଲାମୀ ସହିଜ ଜଡିତ ଆଣ୍ଡ୍ର‌୍ୟୁ ଏଲ୍ଡ୍ରିଜ କହିଛନ୍ତି । ଆମେରିକାର ଜଣେ ପ୍ରାଇଭେଟ କଲେକ୍ଟର ହେନରୀ ଏଲଡ୍ରିଜ ଆଣ୍ଡ ସନ୍ସ ଏହାକୁ କିଣିଛନ୍ତି । ଏହା ପୂର୍ବରୁ ଟାଇଟାନିକ ଜାହଜ ବୁଡିବା ବେଳେ ଯାତ୍ରୀଙ୍କୁ ଶାନ୍ତ କରିବା ପାଇଁ ଯେଉଁ ଭାଓଲିନ ବଜା ଯାଇଥିଲା ତାହା ୨୦୧୩ରେ ୯ କୋଟି ଟଙ୍କାରେ ନିଲାମ ହୋଇଥିଲା । ୧୧୨ ବର୍ଷ ତଳେ ଏହି ବିଶାଳକାୟ ଐତିହାସିକ ଜାହଜ ସମୂଦ୍ରରେ ବୁଡି ଯାଇଥିଲା ।

ଏଥିରେ ୨୨୦୦ ଲୋକଙ୍କ କାହାଣୀ ଏଥିସହ ଜଡିତ । ଏତେ ଦିନ ପରେ ବି ଏଥିପ୍ରତି ଲୋକଙ୍କ ଉତ୍କଣ୍ଠା ରହିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି ନିଲାମ ଆୟୋଜନ କରିଥିବା କମ୍ପାନୀ କହିଛନ୍ତି । ଟାଇଟାନିକ ବୁଡିବାର ସପ୍ତାହ ପରେ ଜନଙ୍କ ଶବ ମିଳିଥିଲା । ସେ ଜାହଜରେ ଯାତ୍ରା କରୁଥିବା ସବୁଠାରୁ ଧନୀ ବ୍ୟକ୍ତି ଥିଲେ ।

Leave A Reply

Your email address will not be published.