Latest Odisha News

BREAKING NEWS

ସ୍ପେନିଶ ପାରା ଆନ୍ତର୍ଜାତୀୟ ବ୍ୟାଡମିଂଟନ: ଓଡିଶାର ଦୀପ ରଞ୍ଜନଙ୍କୁ ୨ଟି ରୌପ୍ୟ

ନୂଆଦିଲ୍ଲୀ: ଟେଲେଡୋରେ ଅନୁଷ୍ଠିତ ସ୍ପେନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନରେ ଓଡିଶାର ଦୀପ ରଞ୍ଜନ ବିଶୋୟୀ ୨ଟି ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ପୁରୁଷ ଡବଲ୍ସ ଏସଏଲ୩ ଓ ଏସଏଲ୪ରେ ଉତରାଖଣ୍ଡର ମନୋଜ ସରକାରଙ୍କୁ ସାଥୀ କରି ଏହି ସଫଳତା ହାସଲ କରିଛନ୍ତି । ୨ଟି ଯାକ ଫାଇନାଲରେ ଭାରତୀୟ ଯୋଡି ପରାସ୍ତ ହୋଇଥିଲେ । ନିଜ ଦେଶର ନେହାଲ ଗୁପ୍ତା ଓ ନବୀନ ଶିବକୁମାର ୨-୧ରେ ସେମାନଙ୍କୁ ପରାସ୍ତ କରିଥିଲେ । ପ୍ରଥମ ଗେମ ୨୦-୨୨ରେ ହାରିବା ପରେ ସେମାନେ ୨୪-୨୨ରେ ଦ୍ୱିତୀୟ ଗେମକୁ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ । ନିର୍ଣ୍ଣାୟକ ଗେମରେ ଗୁପ୍ତା ଓ ଶିବକୁମାର ବାଜି ମାରିଥିଲେ ।

ପୂର୍ବରୁ ସେମିଫାଇନାଲରେ ଦୀପ ରଞ୍ଜନ ଓ ସରକାର କୋରିଆର ଜୁ ଡୋଙ୍ଗଜାଇ ଓ ଶିନ କୁୟାଙ୍ଗ ହାୱାନଙ୍କୁ ୨୧-୧୮, ୨୫-୨୩ରେ ପରାସ୍ତ କରିଥିଲେ । ଏହା ପୂର୍ବରୁ ବିଡବ୍ଲ୍ୟୁଏଫ ଲେଭେଲ ୧ ଟୁର୍ଣ୍ଣାମେଂଟରେ ଏହି ଯୋଡି ରୌପ୍ୟ ଜିତିଥିଲେ । ଓଡିଶାର ଶୁଭ୍ରଜିତ ମହାରାଣା ଓ ଗଡେଲା ଦିଲ୍ଲାଶ୍ୱର ରାଓ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲେ ।

Leave A Reply

Your email address will not be published.