Latest Odisha News

BREAKING NEWS

ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, ପୁଣି ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ବର: ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ଏଯାବତ୍ ବିଜେପି କେବଳ ୧୮ ସାଂସଦଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କଂଗ୍ରେସ ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ ।

ଏହାରି ଭିତରେ ଖୁବ୍ ଶୀଘ୍ର ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ବିଧାନସଭା ଓ ବାକି ଥିବା ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଆସିପାରେ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଗସ୍ତ କରିଛନ୍ତି । ତାଙ୍କ ସହ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି ।

ଆଜି ଉଭୟ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ତ୍ବ ସହ ଆଲୋଚନା କରିଛନ୍ତି । ବିଧାନସଭା ପ୍ରାର୍ଥୀ ତାଲିକା ସହ ବାକିଥିବା ୩ ଟି ଲୋକସଭା ଆସନ, କଟକ, ଯାଜପୁର ଓ କନ୍ଧମାଳ ଟିକେଟ୍ ନେଇ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବାର ଅଛି ।

ଅନ୍ୟପଟେ, ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦିନେ ଦୁଇ ଦିନ ଭିତରେ ତାଲିକା ଆସିପାରେ ବୋଲି କହିଲେ ବିଜେପି ନେତା ପୃଥୀରାଜ ହରିଚନ୍ଦନ । ଏନେଇ ଆଜି ବସିବ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ସବୁ ସିଟ୍ ଉପରେ ତର୍ଜମା, ସମୀକ୍ଷା ଶେଷ ହୋଇଛି କେବଳ ସିଇସି ମୋହର ବାକି ଅଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଉପରେ ଆଧାର କରି ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ପୃଥୀରାଜ ।

Leave A Reply

Your email address will not be published.