ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍କା ଲାଗିଛି। ଟିଏମ୍ସି ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ବଙ୍ଗଳା ବିଧାନସଭାରେ ପହଂଚିଥିବା ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କ ଅନୁପସ୍ଥିତିରେ ଇସ୍ତଫା ପତ୍ର ସଚିବାଳୟରେ ଦାଖଲ କରିଛନ୍ତି। କୁହାଯାଉଛି ଯେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗଦେଇପାରନ୍ତି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ବେଙ୍ଗଲ୍ ଗସ୍ତ ସମୟରେ ଶୁଭେନ୍ଦୁ ବିଜେପିରେ ଯୋଗଦେବେ ବୋଲି କୁହାଯାଉଛି।
ପୂର୍ବ ମେଦିନାପୁର ଜିଲ୍ଲାର ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଶୁଭେନ୍ଦୁ ଅଧିକାରୀ ଆସିଛନ୍ତି। ତାଙ୍କ ପିତା ଶିଶିର ଅଧିକାରୀ ୧୯୮୨ ମସିହାରେ କଂଗ୍ରେସ ବିଧାୟକ ଥିଲେ। ୨୦୦୯ ମସିହାରୁ ଶୁଭେନ୍ଦୁ ଆଦିକାରୀ କାନ୍ଥି ଆସନରୁ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।
Comments are closed.