କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ନାଟକ ଦେଖିବାକୁ ମିଳୁଛି । ବୁଧବାର ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖଣ୍ଡଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି । ଫଳରେ ବିଜେପି ଓ ଟିଏମସି ମଧ୍ୟରେ ପୁନର୍ବାର କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି ।
ରାଜ୍ୟପାଳ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଶୁଭେନ୍ଦୁ ଶେଖର ରାୟ, ସୁଦୀପ ବନ୍ଦୋପାଧ୍ୟାୟ, ଡେରେକ୍ ଓବ୍ରେୟନ, କଲ୍ୟାଣ ବାନାର୍ଜୀ ଓ ଏମ କାକଲି ଘୋଷଙ୍କର ସ୍ୱାକ୍ଷର ଏହି ପତ୍ରରେ ରହିଛି ।
Comments are closed.