Latest Odisha News

BREAKING NEWS

ବସ୍ ଡ୍ରାଇଭରକୁ ହେଲା ହୃଦଘାତ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୩୦ ଯାତ୍ରୀଙ୍କ ଜୀବନ

ମଦୁରାଇ: ବସ ଚାଳକ ଗାଡ଼ି ଚଳାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ହୃଦଘାତ ହେବା ପୂର୍ବରୁ ସେ ଠିକ୍ ସମୟରେ ବସ ଅଟକାଇ ୩୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ବସ ଚାଳକ ସଫଳ ହୋଇଥିଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁ ମଦୁରାଇରେ ।

୪୪ବର୍ଷୀୟ ଏମ୍. ଅରୁମୁଗମ୍ ଜଣେ ତାମିଲନାଡ଼ୁ ରାଜ୍ୟ ପରିବହନ ନିଗମ (ଟିଏନଏସଟିସି) ବସ୍ ଡ୍ରାଇଭର । ସକାଳ ୬ଟା ୨୦ରେ ଏସ୍.ବାକେୟାରାଜ ସହିତ ଆରାପ୍ପଲାୟମରୁ କୋଡ଼ାଇକାନାଲକୁ ବସ୍ ଚଲାଉଥିଲେ । ଆରାପ୍ପଲାୟମ ବସ୍ ଷ୍ଟାଣ୍ଡରୁ ଯିବାବେଳେ ଗୁରୁ ଥିଏଟର ନିକଟରେ ଅରୁମୁଗାମଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା । କିନ୍ତୁ ରାସ୍ତା କଡ଼ରେ ବସ ପାର୍କିଂ କରିବାରେ ସଫଳ ହୋଇ ତୁରନ୍ତ କଣ୍ଟକ୍ଟରଙ୍କୁ ଜଣାଇଥିଲେ ।

କଣ୍ଟକ୍ଟର ତୁରନ୍ତ ୧୦୮ ଆମ୍ବୁଲାନ୍ସ ଫୋନ୍ କରିଥିଲେ । ହେଲେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଅରୁମୁଗମଙ୍କ ହୃଦଘାତରେ ମୃତ୍ୟୁବରଣ ହୋଇସାରିଥିଲା । ଏହିଭଳି ଘଟଣାରେ ଆଶ୍ଚର୍ଯ୍ୟ ହୋଇପଡ଼ିଥିବା ଯାତ୍ରୀମାନେ ରାସ୍ତା କଡ଼ରେ ବସ ପାର୍କ କରିବା ପାଇଁ ଅରୁମୁଗମଙ୍କ ସତର୍କତାକୁ ପ୍ରଶଂସା କରିଥିଲେ । ଏବଂ ସେମାନଙ୍କୁ ଉଦ୍ଧାର କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ତାଙ୍କ ମୃତଦେହ ପୋଷ୍ଟମୋର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ଅରୁମୁଗମଙ୍କ ପରିବାରକୁ ତୁରନ୍ତ ସୂଚନା ଦିଆଯାଇଥିଲା । କରିମେଦୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଟିଏନଏସଟିସି ଡ଼େପୁଟି କମର୍ସିଆଲ ମ୍ୟାନେଜର ଯୁବରାଜ ବସ୍ ପାର୍କିଂ କରିବା ଏବଂ ବସରେ ଥିବା ୩୦ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଅରୁମୁଗମଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅରୁମୁଗମଙ୍କ ୧୨ବର୍ଷର ଅଭିଜ୍ଞତା ଅଛି ବୋଲି ମଧ୍ୟ ସେ କହିଛନ୍ତିି ।

Leave A Reply

Your email address will not be published.