Latest Odisha News

BREAKING NEWS

ଆଇପିଏଲରେ ରୋହିତଙ୍କୁ ବଡ ଦାୟିତ୍ୱ ଦେବାକୁ ଚାହୁଁଥିଲେ ଗିଲକ୍ରିଷ୍ଟ: ପ୍ରଜ୍ଞାନ ଓଝା

ଭୁବନେଶ୍ୱର: ବିରାଟ କୋହଲିଙ୍କ ଆଗରୁ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଦୀର୍ଘ ଦିନ ପରେ ରୋହିତ ଏବେ ଟିମ ଇଣ୍ଡିଆ ଟି୨୦ ଏବଂ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତଙ୍କ ଦକ୍ଷତା ନେଇ ଭାରତର ପୂର୍ବତନ କ୍ରିକେଟର ତଥା ଓଡିଆ ଖେଳାଳି ପ୍ରଜ୍ଞାନ ଓଝା ଗୁରୁବାର ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ୨୦୦୯ ଆଇପିଏଲ ଅବସରରେ ଅଷ୍ଟ୍ରେଲିଆର ମହାନ ଖେଳାଳି ଆଡାମ ଗିଲକ୍ରିଷ୍ଟ ତାଙ୍କୁ ଡେକାନ ଚାର୍ଜର୍ସର ଉପ ଅଧିନାୟକ ଭାବେ ଚାହୁଁଥିଲେ ।

ସୂଚନାଯୋଗ୍ୟ ୨୦୦୯ ଚାମ୍ପିୟନ ଡେକାନ ଟିମ ସହ ସେତେବେଳେ ରୋହିତ ଏବଂ ପ୍ରଜ୍ଞାନ ଜଡିତ ଥିଲେ । ରୋହିତ ୩୬୨ ରନ ସଂଗ୍ରହ କରିଥିଲେ । ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ରୋହିତ ସାମିଲ ହେବା ସହ ଅଧିନାୟକ ଭାବେ ୫ଥର ଦଳକୁ ଚାମ୍ପିୟନ କରାଇପାରିଛନ୍ତି ।

Leave A Reply

Your email address will not be published.