Latest Odisha News

BREAKING NEWS

ଶିଶୁ ଜନ୍ମ କଲେ ମିଳିବ ଦେଢ଼ ଲକ୍ଷ ଟଙ୍କା !

ଏଥେନ୍ସ: ଗ୍ରୀସରେ କମୁଥିବା ଜନସଂଖ୍ୟା ସରକାରଙ୍କ ପାଇଁ ବଡ ସମସ୍ୟା ପାଲଟି ଯାଇଛି । ଏହି ସମସ୍ୟା ସହିତ ମୁକାବିଲା କରିବା ପାଇଁ ସରକାର ‘ବେବି ବୋନସ’ ନାଁରେ ଏକ ଯୋଜନା ଘୋଷଣା କରିଛନ୍ତି । ଏଣିକି ଲୋକଙ୍କୁ ଶିଶୁ ଜନ୍ମ କଲେ ଟଙ୍କା ଦିଆଯିବ । ଗ୍ରୀସର ଜନସଂଖ୍ୟା ପାଖାପାଖି ୧କୋଟି ୪ଲକ୍ଷ ।

ଗ୍ରୀସରେ ‘ବେବି ବୋନସ’ ଯୋଜନା ଅଧିନରେ ଶିଶୁ ଜନ୍ମ କରୁଥିବା ଲୋକଙ୍କୁ ୨୦୦ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଦିଆଯିବ । ଏହି ଯୋଜନା ପାଇଁ ପାଖାପାଖି ୧୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ମୁତାବକ, ଗ୍ରୀସର ଜନସଂଖ୍ୟା ପାଖାପାଖି ୧କୋଟି ଏବଂ ଏହା ଦ୍ରୁତ ଗତିରେ ହ୍ରାସ ପାଉଛି । ସେଠାକାର ଶିଶୁ ଜନ୍ମ ହାର ନବଢ଼ିଲେ ଆସନ୍ତା ୩୦ ବର୍ଷ ମଧ୍ୟରେ ଗ୍ରୀସର ଜନସଂଖ୍ୟା ୩୩% କମିଯିବ । ଗ୍ରୀସ ସରକାର ଜନ୍ମ ହାର ବୃଦ୍ଧି କରିବା ପାଇଁ ‘ବେବି ବୋନସ’ ଯୋଜନାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.