Latest Odisha News

BREAKING NEWS

ଓଜନ ହ୍ରାସ କରିବ ଘିଅ !

ଭୁବନେଶ୍ୱର: ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀ ଦ୍ୱାରା ଶରୀର ସୁସ୍ଥ ରହିଥାଏ। ତେବେ ଆଜିକାଲିର ବ୍ୟସ୍ତବହୁଳ ଜୀବନକୁ ନିଜର ଯତ୍ନ ନେବା ସତେ ଯେପରି ମନରୁ ପାସୋରି ଗଲାଣି ।

ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌ ଖାଇବାକୁ ଯୁବପିଢୀ ବେଶି ପସନ୍ଦ କରୁଛନ୍ତି, ଯାହାକି ସ୍ବାସ୍ଥ୍ୟକୁ ଲାଭ ବଦଳରେ କ୍ଷତି ପହଞ୍ଚାଉଛି ।

ଫିଟ ରହିବା ପାଇଁ ସୁବିଧା ବାଟକୁ ଲୋକ ଆପଣେଇ ନେଉଛନ୍ତି । ସେଥିପାଇଁ ଅନେକ ଲୋକ ଖାଦ୍ୟ ବନାଇବା ପାଇଁ ରିଫାଇନ୍‌ ବା ଡାଲ୍‌ଡା ତେଲ ବ୍ୟବହାର କରିଥା’ନ୍ତି। ଯାହା ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିିକାରକ ହୋଇଥାଏ। ଯାହା ଚର୍ବି ବଢ଼ିବାରେ ମଧ୍ୟ କାରଣ ହୋଇଥାଏ।

ତେବେ ଆପଣ ଯଦି ପରଟା କିମ୍ବା କିଛି ତୈଳାକ୍ତ ପଦାର୍ଥ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ରିଫାଇନ ଟେଲ ବଦଳରେ
ଦେଶୀ ଗୁଆଘିଅର ବ୍ୟବହାର କରନ୍ତୁ ।

ଘିଅ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି, ଯାହା ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ଏକ ପରୀକ୍ଷଣରୁ ଜଣାପଡିଛି ଯେ, ଓଜନ କମ୍‌ କରିବା ପାଇଁ ଗୁଆଘିଅ ସବୁଠାରୁ ଲାଭଦାୟକ। ଘିଅ ଶରୀରର ମୋଟାବଲିଜିମ୍‌ ବୃଦ୍ଧି କରିଥାଏ। ଯଦ୍ଦ୍ବାରା ଓଜନ କମ୍‌ ହୋଇଥାଏ। ଏଥିସହ ଶରୀରର ମୋଟାପଣକୁ ଏନର୍ଜିରେ ମଧ୍ୟ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ।

ଘିଅ ଶରୀରର କୋଲେଷ୍ଟରଲର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏଥିସହ ଶରୀରର ରକ୍ତ ସଂଚାଳନ ଠିକ୍‌ ରଖିଥାଏ।

ଖାଲି ସେତିକି ନୁହେଁ ଘିଅରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚା ପାଇଁ ଲାଭଦାୟକ। ଏହା ମୃତକୋଷିକାକୁ ନଷ୍ଟ କରିଥାଏ, ଯଦ୍ଦ୍ବାରା ବ୍ରଣ ପରି ସମସ୍ୟା ଦେଖାଦେଇ ନ ଥାଏ। ତ୍ୱଚାରେ ଚମକ ଆସିଥାଏ

Leave A Reply

Your email address will not be published.