Latest Odisha News

ମେହେନ୍ଦୀ ରଙ୍ଗ ହେବ ଗାଢ, ଆପଣାନ୍ତୁ ଏହି ଟିପ୍ସ..

ଭୁବନେଶ୍ବର:ପୂଜାପର୍ବାଣୀ, ବାହାଘର ହେଉ ଅବା ସ୍ବତନ୍ତ୍ର ଦିନମାନଙ୍କରେ ଝିଅ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । ଆଜିକାଲି,ବଜାରରେ ଅନେକ ପ୍ରକାରର ମେହେନ୍ଦୀ ଉପଲବ୍ଧ ଅଛି , ଯାହା ଲଗାଇବାର କିଛି ସମୟରେ ହିଁ ମେହେନ୍ଦୀ ରଙ୍ଗ ଗାଢ ଆସିଥାଏ , କିନ୍ତୁ ପାରମ୍ପାରିକ ମେହେନ୍ଦୀରେ ଥିବା ରଙ୍ଗ ଏବଂ ସୁଗନ୍ଧ ଟାଟୁ ହୋଇଥିବା ମେହେନ୍ଦୀରେ ଦେଖାଯାଏ ନାହିଁ |

ମେହେନ୍ଦୀ ଲଗାଇବା ପରେ, ମେହେନ୍ଦୀ ରଙ୍ଗ ଗାଢ ଆସିବକି ନାହିଁ ଚିନ୍ତିତ ଥାଆନ୍ତି | ତେବେ ଆସନ୍ତୁ ଜାଣିବା କିଛି ସହଜ ଟିପ୍ସ ଯାହା ଅନୁସରଣ କଲେ ଆପଣଙ୍କ ମେହେନ୍ଦୀ ରଙ୍ଗ ଗାଢ ଆସିବ ।

 

-ସର୍ବପ୍ରଥମେ, ମେହେନ୍ଦୀ ଶୁଖିଯିବା ପରେ ମଧ୍ୟ ଏହାକୁ କିଛି ଘଣ୍ଟା ପାଣିରୁ ଦୂରରେ ରଖନ୍ତୁ ଏବଂ ଏହାକୁ ଧୋଇବା ପୂର୍ବରୁ ହାତରେ ତେଲ ଲଗାନ୍ତୁ |

-ମେହେନ୍ଦୀ ଶୁଖିଯିବା ପରେ,ଲେମ୍ବୁ ରସ ଏବଂ ଚିନି ମିଶ୍ରଣକୁ ତୁଳା ସାହାଯ୍ୟରେ ମେହେନ୍ଦୀରେ ଲଗାନ୍ତୁ ଏବଂ ଏହାକୁ ଶୁଖିବାକୁ ଦିଅନ୍ତୁ |ପାଣିରେ ଧୋଇବା ପୂର୍ବରୁ ଏହି ମିଶ୍ରଣକୁ ଅନେକ ଥର ପ୍ରୟୋଗ କରାଯାଇପାରିବ ।

-ମେହେନ୍ଦୀ ଶୁଖିଯିବା ପରେ ସୋରିଷ ତେଲ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ |

-ପ୍ୟାନକୁ କମ୍ ନିଆଁରେ ରଖନ୍ତୁ ଏବଂ ଏଥିରେ ଚାରି-ପାଞ୍ଚଟି ଲବଙ୍ଗ ରଖନ୍ତୁ ଏବଂ ଧୂଆଁ ବାହାରିବା ପରେ ମେହେନ୍ଦୀ ହାତକୁ ଭଲ ଭାବରେ ଦେଖାନ୍ତୁ । ଲବଙ୍ଗର ଧୂଆଁ ବାଜି ମେହେନ୍ଦୀର ରଙ୍ଗ ଗାଢ ହୋଇଥାଏ ।

-ଭିକ୍ସ ଏବଂ ଆଇଡେକ୍ସ ପରି ବାମ୍ ଗରମ ଅଟେ , ତାହାର ଗରମରେ ମେହେନ୍ଦୀର ରଙ୍ଗ ଗାଢ ହୋଇଥାଏ ।

Leave A Reply

Your email address will not be published.