ବାରଣାସୀ: ବାରଣାସୀରେ ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଟ୍ରେନ୍ ପୁଲିଂ କରିଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଚେନ୍ ଟାଣିବାର କାରଣ ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇପଡିବ ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଘଟଣାଟି ସରାୟ କଂସରାୟ ରେଳ ଷ୍ଟେସନରେ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ତମାଖୁ କିଣିବା ଲାଗି ସରାୟ କଂସରାୟ ରେଳ ଷ୍ଟେସନ ନିକଟରେ ଚେନ୍ ପୁଲିଂ କରିଥିଲେ ।
ଆରପିଏଫ୍ ଅଧିକାରୀଙ୍କ ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଦାଦର-ଗୋରଖପୁର କୋଭିଡ ସ୍ପେଶାଲ ଟ୍ରେନର ଜେନେରାଲ୍ ବଗିରେ ଯାତ୍ରା କରୁଥିବା ଗୋରଖପୁରର ବାସିନ୍ଦା ବିଲ୍ଲା । ଚେନ୍ ପୁଲିଂ ଫଳରେ ଟ୍ରେନ୍ ଚଳାଚଳରେ ବିଳମ୍ବ ହେବାରୁ ଆରପିଏଫ୍ ଯବାନ ଖବର ପାଇ ଯାଞ୍ଚ କରିଥିଲେ । ପରେ ତମାଖୁ ଧରି ଟ୍ରେନକୁ ଚଢୁଥିବା ବେଳେ ବିଲ୍ଲାକୁ ଧରିଥିଲେ ।
ଯାହାପରେ ଆରପିଏଫ୍ ଯବାନ ମାନେ ତା’ ଠାରୁ ଚାଲାଣ କାଟିଥିବା ନେଇ ଜଣାପଡିଛି ।
Comments are closed.