Latest Odisha News

BREAKING NEWS

କରୋନା ଯୋଗୁ ପୁଣି ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ୱାଲ୍ଟ ଡିଜ୍‌ନି ୱାର୍ଲଡ୍

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ଯୋଗୁଁ ୱାଲ୍ଟ ଡିଜ୍‌ନି ୱାର୍ଲଡ୍‌ ତାର ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ଦେଇଛି। ଏହା ପରେ କମ୍ପାନୀର ଫ୍ଲୋରିଡା ଭିତ୍ତିକ ରିସର୍ଟରେ ମହାମାରୀ ହେତୁ ଚାକିରୀ ହରାଇଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୧୮୦୦୦ ହେବ।

ଡିଜ୍‌ନି ୱାର୍ଲଡ୍‌ର‌ ୧୧,୩୫୦ କର୍ମଚାରୀ ଏକ ସଂସ୍ଥା ଗଠନ କରିଛନ୍ତି। ଏଥିରେ ମୁଖ୍ୟତ ପାର୍ଟ ଟାଇମ୍ କର୍ମଚାରୀ ଅଛନ୍ତି। ଏହି କର୍ମଚାରୀଙ୍କ ସ୍ଥାନୀୟ ତଥା ରାଜ୍ୟ ସ୍ତରର ନେତାମାନଙ୍କୁ ଏକ ଲିଖିତ ପତ୍ର ମାଧ୍ୟମରେ କମ୍ପାନୀ କହିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବର୍ଗର କର୍ମଚାରୀଙ୍କୁ ଛଟେଇ କରାଯିବ।
ସୂଚନା ଅନୁଯାୟୀ ଏହି ବର୍ଷ ଆରମ୍ଭରେ, ଡିଜ୍‌ନି ୱାର୍ଲ୍ଡରେ କାମ କରୁଥିବା ୭୨୦ ଜଣ କଳାକାର ଏବଂ ଗାୟକଙ୍କୁ ବହିଷ୍କାର କରାଯାଇଥିଲା। ଫ୍ଲୋରିଡା ଏବଂ କାଲିଫର୍ଣ୍ଣିଆରେ ଥିବା ପାର୍କ ୟୁନିଟରୁ ୨୮୦୦୦ ଚାକିରି ହଟାଇବାକୁ ୱାଲ୍ଟ ଡିଜ୍‌ନି ଗତ ମାସରେ ନିଷ୍ପତ୍ତି ନେଇଥିଲା।

Leave A Reply

Your email address will not be published.