Latest Odisha News

BREAKING NEWS

ପୌଷ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେବ ତୀର୍ଥରାଜ ମହୋଦଧିଙ୍କ ୧୮ ତମ ସନ୍ଧ୍ୟା ଆଳତୀ

ପୁରୀ: ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆଳତୀର ୧୮ତମ ବାର୍ଷିକ ଉତ୍ସବ ପୁରୀ ସ୍ବର୍ଗଦ୍ବାର ବେଳାଭୂମି ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ | ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୧୮ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବାକୁ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେବ। ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଉଥାଏ।

ଆଜି ଏହାର ୧୮ତମ ବାର୍ଷିକ ଉତ୍ସବ ପାଳନ କରାଯାଉଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଗଜପତି ମହାରାଜା ଦିବ୍ୟସିଂହ ଦେବ,  କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତା ସହ ଦିବ୍ୟ ସନ୍ଦେଶ ଭକ୍ତ ଜନଙ୍କୁ ପ୍ରଦାନ କରିବେ । ବିଶ୍ୱର କଲ୍ୟାଣ ଓ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଆଳତୀ କରାଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ।  ତେବେ ଅପରାହ୍ନରେ ମହୋଦଧି ଆଳତୀ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହି ଆଳତୀ କରିବେ।

Leave A Reply

Your email address will not be published.