Latest Odisha News

BREAKING NEWS

କରୋନା ମହାମାରୀରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୭ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ ଅଛନ୍ତି । ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୬୧୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୦୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୨୫, ଝାରସୁଗୁଡ଼ାରୁ ୨୩, ସମ୍ବଲପୁରରୁ ୧୫, ବାଲେଶ୍ୱରରୁ ୧୨, ଅନୁଗୁଳ, ପୁରୀରୁ ୧୧-୧୧, ମୟୂରଭଂଜରୁ ୯, ଢେଙ୍କାନାଳରୁ ୯, ଢେଙ୍କାନାଳରୁ ୮, ଜଗତସିଂହପୁରରୁ ୭, ମୟୂରଭଂଜ, ନୟାଗଡ଼ରୁ ୪-୪, ଗଂଜାମରୁ ୩, ଭଦ୍ରକରୁ ୨, ବରଗଡ଼, ଦେବଗଡ଼ରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୨୦ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.