Latest Odisha News

BREAKING NEWS

ରାଜ୍ୟରେ ଆଜି କରୋନା ସୁସ୍ଥଙ୍କ ସଂଖ୍ୟା ୩୪୨୯

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦିନକୁ ଦିନ କରୋନା ସଂକ୍ରମଣ ଗ୍ରାଫ ତଳକୁ ତଳକୁ ଖସୁଥିବା ବେଳେ ସୁସ୍ଥ ହାର ବଢିବାରେ ଲାଗିଛି ।

ମଙ୍ଗଳବାର ରାଜ୍ୟରେ ୩୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୪୫ ହଜାର ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୫ ଜଣ ରହିଥିବା ବେଳେ ସୁନ୍ଦରଗଡରୁ ୨୮୫ ଜଣ, କଟକରୁ ୨୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସୁସ୍ଥଙ୍କ ସଂଖ୍ୟା ୨ଶହ ତଳେ ରହିଛି ।

Comments are closed, but trackbacks and pingbacks are open.