Latest Odisha News

BREAKING NEWS

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୩୭୬

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୫ହଜାର ୩୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ହଜାର ୩୫୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ନୂଆପଡ଼ା ଜିଲ୍ଲାରୁ ୧୬୧, କଟକରୁ ୩୬୩, ସୁନ୍ଦରଗଡ଼ରୁ ୭୩୧, ବାଲେଶ୍ୱରରୁ ୧୬୮, ଯାଜପୁରରୁ ୧୯୧, କେନ୍ଦୁଝରରୁ ୫୦, ନୟାଗଡ଼ରୁ ୧୧୦, ସମ୍ବଲପୁରରୁ ୧୬୪, କୋରାପୁଟରୁ ୫୨୬, କଳାହାଣ୍ଡିରୁ ୧୬୫, ବଲାଙ୍ଗୀରରୁ ୬୪, ମୟୂରଭଂଜରୁ ୧୫୨, ବରଗଡ଼ରୁ ୧୩୪, ଜଗତସିଂହପୁରରୁ ୮୯, ନବରଂଗପୁରରୁ ୮୭, ଅନୁଗୁଳରୁ ୬୬, ଢେଙ୍କାନାଳରୁ ୩୩, ପୁରୀରୁ ୯୩, ଭଦ୍ରକରୁ ୧୦୬, ଦେବଗଡ଼ରୁ ୮୨, ସୁବର୍ଣ୍ଣପୁରରୁ ୪୮, ଗଂଜାମରୁ ୬୬, କନ୍ଧମାଳରୁ ୫୬, ରାୟଗଡ଼ାରୁ ୨୮, ଝାରସୁଗୁଡ଼ାରୁ ୫୮, କେନ୍ଦ୍ରାପଡ଼ାରୁ ୭୩, ବୌଦ୍ଧରୁ ୭୫, ମାଲକାନଗିରିରୁ ୩୭ ଓ ରାଜ୍ୟପୁଲରୁ ୨୬୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Comments are closed, but trackbacks and pingbacks are open.