Latest Odisha News

ମାଘ ମେଳା କଟକଣା : ଚନ୍ଦ୍ରଭାଗାରେ ପଡିବନି ବୁଡ

ପୁରୀ: କରୋନା ଭୟାବହତା କମିନଥିବା ବେଳେ ମାଘ ମେଳା ନେଇ କଟକଣା ଜାରି ହୋଇଛି । ମେଳାରେ ଭିଡ଼ ଯୋଗୁୂ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

୬ ତାରିଖ ଅପରାହ୍ନ ୪ ଘଟିକା ଠାରୁ ୭ ତାରିଖ ସକାଳ ୯ ଘଟିକା ତଥା ନୀତିକାନ୍ତି ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଚନ୍ଦ୍ରଭାଗାରେ ବୁଡ ପକାଇବା ନିମନ୍ତେ ଭିଡ ହେବା ସହ ସାମାଜିକ ଦୂରତ୍ୱ ରକ୍ଷା ନିୟମ ଉଲଂଘନ ଏବଂ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି ।

ଏହି ସମୟ ମଧ୍ୟରେ ନୀତିକାନ୍ତି ସହ ଜଡିତ ସେବାୟତ, ଦାୟିତ୍ବରେ ଥିବା ସରକାରୀ ଅଧିକାରୀ, ସ୍ଥାନୀୟ ଗଣାମଧ୍ୟମ ପ୍ରତିନିଧି ଏବଂ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ପ୍ରବେଶ ପାଇଁ ଅନୁମତି ରହିଛି । ଉପ ଜିଲ୍ଲାପାଳ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶନାମାର ଏହି କଟକଣାକୁ କଡାକଡି ଭାବେ ପାଳନ ନିମନ୍ତେ ସଂପୃକ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed, but trackbacks and pingbacks are open.