Latest Odisha News

BREAKING NEWS

କେମିତି ବଞ୍ଚିବେ ଶହେ ବର୍ଷ: ଖାଦ୍ୟ ପେୟରେ ଆପଣାନ୍ତୁ ଶସ୍ତା ଓ ସୁବିଧାରେ ମିଳୁଥିବା ଏହି ୬ ଜିନିଷ

ଭୁବନେଶ୍ୱର:  ଆଜିର ଏଇ  ଦୁନିଆରେ ଲୋକଙ୍କ ଜୀବନଶୈଳୀ ବହୁତ ବଦଳି ଯାଇଛି। ବ୍ୟସ୍ତବହୁଳତା ଯୋଗୁଁ ଲୋକମାନେ ଖରାପ ଜୀବନଶୈଳୀକୁ ଆପଣେଇବାରେ ଲାଗିଛନ୍ତି। ଏହି ଖରାପ ଜୀବନ ଶୈଳୀ ଯୋଗୁଁ ଧୀରେ ଧୀରେ ଲୋକଙ୍କ ବୟସ‌ କମିବାରେ ଲାଗିଛି। ହେଲେ ଦୁନିଆରେ ଏବେ ବି ଏମିତି କିଛି ଦେଶ ଅଛି,  ଯେଉଁଠି ଲୋକମାନେ ସୁସ୍ଥ ରହିବା ସହ ଶତାଧିକ ବର୍ଷ ବୟସ ଯାଏ ସୁସ୍ଥ ଭାବେ ଜୀବନ ବିତାଉଛନ୍ତି।

ଏମିତି କି ସେମାନେ ସୁଷମ ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି। ଆଉ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା କାରଣରୁ ସେମାନେ ଶରୀର ପାଇଁ ଦରକାର ହେଉଥିବା ଭିଟାମିନ ପାଇ ପାରୁଛନ୍ତି।  ଅନ୍ୟ ଦେଶର‌ ଜନସାଧାରଣଙ୍କ ତୁଳନାରେ ଅଧିକ ଦିନ ବଞ୍ଚୁଥିବା ଏ ଲୋକମାନେ ହେଉଛନ୍ତି ବ୍ଲୁ ଜୋନ୍ ଅଞ୍ଚଳର। ବିଶ୍ଵର ଜାପାନ, ଇଟିଲ୍, ଓକିନାବା,ଲିଣ୍ଡା, ଲିମା ଓ ସାର୍ଡିନ ଦେଶକୁ ବ୍ଲୁ ଜୋନ କୁହାଯାଏ। ଏହି ଦେଶର ଲୋକମାନେ ଅଧିକ ଚଞ୍ଚଳ। ତାଙ୍କ ଖାଦ୍ୟ ପାନୀୟ ବେଶ ସୁଷମ ରହୁଛି। ତେବେ କ’ଣ ସେମାନଙ୍କ ଏଇ ଫିଟନେସର ରାଜ୍, ଆସନ୍ତୁ ଜାଣିବା…

୧- ଜୈବିକ ପ୍ରଣାଳୀରେ ଚାଷ ହୋଇଥିବା ତଟକା ଫଳ‌ ଓ ପନିପରିବା ଖାଇବାକୁ ପସନ୍ଦ କରନ୍ତି। ଯାହା ସେମାନଙ୍କ ହୃଦୟକୁ ସୁସ୍ଥ ରଖିବା ସହ କ୍ୟାନସର କବଳରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ସେମାନେ ଅଧିକ ମାତ୍ରାରେ ଫୁଲ କୋବି ଓ ବ୍ରୋକଲି ଖାଇଥାଆନ୍ତି।

୨- ସେମାନେ ତାଙ୍କ ଖାଦ୍ୟରେ ଚିନିର ବ୍ୟବହାର କମ୍ କରିଥାଆନ୍ତି। କେବଳ ପର୍ବପର୍ବାଣୀ କିମ୍ବା ଉତ୍ସବ ସମୟରେ ମିଠା ଜାତୀୟ ଖାଦ୍ୟ ଖାଇଥାନ୍ତି।

୩- ବ୍ଲୁ ଜୋନ ରେ ବାସ କରୁଥିବା ଲୋକମାନେ ନିଜ ଶରୀରକୁ ଆର୍ଦ୍ର ରଖିବା ପାଇଁ ଅଧିକ ମାତ୍ରାରେ ପାଣି ପିଇଥାଆନ୍ତି । ଏମିତିକି ଏ କ୍ଷେତ୍ରର ଲୋକମାନେ ଅଧିକ ପରିମାଣରେ କଫି ଓ ଚା ସେବନ କରିଥାନ୍ତି। ଦିନରେ ଅନେକ ଗ୍ଲାସ ପାଣି ପିଅନ୍ତି। ତେବେ ଅନ୍ୟ ଅଞ୍ଚଳର ଲୋକମାନେ ପାଣି ତୁଳନାରେ ମୃଦୁ ପାନୀୟ ଓ ସୋଡା ପିଇ ବାକୁ ଅଧିକ ପସନ୍ଦ କରିଥାନ୍ତି, ଯେଉଁଥିରେ ଅଧିକ ଚିନି ଅଂଶ ଥିବାରୁ ଏହା ଶରୀର କୁ କ୍ଷତି ପହଞ୍ଚାଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ଅଧିକ ମାତ୍ରାରେ ପାଣି ପିଇବା ଜରୁରୀ।

୪- ବ୍ଲୁ ଜୋନର ଅଧିବାସୀ ସେମାନଙ୍କ ଖାଦ୍ୟରେ ଅଧିକ ମାତ୍ରାରେ ଫଳ ଓ ବିନସ୍ ଜାତୀୟ ପନିପରିବା ଖାଇଥାନ୍ତି। ଆପଣମାନେ ମଧ୍ୟ ନିଜ ଖାଦ୍ୟପେୟରେ ଅଧିକ ପ୍ରୋଟିନ ଥିବା ବିନସ୍ ସାମିଲ କରନ୍ତୁ । ଏହାଛଡ଼ା ବିନସରେ ଥିବା ଫାଇବର ଆପଣଙ୍କୁ ଓଜନ କମ କରିବାରେ ସାହାଯ୍ୟ କରେ। ଖାଲି ବିନସରେ ଥିବା ଗୁଣ ଶରୀରରେ ଭଲ ବ୍ୟାକ୍ଟେରିଆ ଙ୍କ ସଂଖ୍ୟା ବଢ଼ାଇଥାଏ, ଯାହାକି ବହୁ ରୋଗରୁ ରକ୍ଷା କରିଥାଏ।

୫-   ଆଜିକାଲି ଲୋକମାନେ ଶରୀରର ପ୍ରୋଟିନ ଆବଶ୍ୟକତା ପୂରଣ ଲାଗି ମାଂସ ଖାଇଥାଆନ୍ତି। କିନ୍ତୁ ବ୍ଲୁ ଜୋନର ଲୋକମାନେ ବହୁତ କମ ମାଂସ ଖାଆନ୍ତି। ସେମାନେ ସୋୟାବିନ ଓ ଅନ୍ୟ ଉଦ୍ଭିଦ ଜାତୀୟ ଖାଦ୍ୟରୁ ନିଜର ପ୍ରୋଟିନ ଚାହିଦା ପୂରଣ କରନ୍ତି।

୬- ବ୍ଲୁ ଜୋନର ବାସିନ୍ଦା ପ୍ରାୟତଃ ନିଜ ପରିବାର ଲୋକଙ୍କ ସହ ବସି ଖାଦ୍ୟ ଖାଇଥାନ୍ତି ଓ ଖାଦ୍ୟ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇଥାନ୍ତି। ପରିବାର ଲୋକଙ୍କ ସହ ଖାଦ୍ୟ ଖାଉଥିବା କାରଣରୁ ସେମାନଙ୍କ ମନ ଆନନ୍ଦିତ ରୁହେ ଓ ମନଖୋଲି ହସି ପାରନ୍ତି। ଏହା ଦ୍ବାରା ସେମାନେ ଖାଦ୍ୟ ଖାଇବା ବେଳେ ଖୁସିରେ ରୁହନ୍ତି, ଯାହା ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

Leave A Reply

Your email address will not be published.