Latest Odisha News

ରୁପାରେ ସଜେଇ ହେବ ଶ୍ରୀମନ୍ଦିର ଦ୍ୱାର, ଆଜି ଚୂଡାନ୍ତ ନିଷ୍ପତ୍ତି

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ତେବେ କିଭଳି ରହିବ ସବୁ ଦ୍ୱାରର ଡିଜାଇନ୍ । ଏନେଇ ଆଜି ଚୂଡାନ୍ତ ନିଷ୍ପତ୍ତି ହେବ । ଏନେଇ ନୀଳାଦ୍ରି ଭକ୍ତ ନିବାସରେ ଆଜି ଦ୍ୱିତୀୟ ବୈଠକ ବସିବ ।

ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ୱାର ନିର୍ମାଣ କାର୍ଯ୍ୟ। ପ୍ରଥମେ ପରୀକ୍ଷାମୂଳକ ଭାବେ ସାତପାହାଚ ଦ୍ଵାରରେ ରୁପା ଛାଉଣୀ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ଵାରକୁ ରୁପା ଛାଉଣୀ କରାଯିବ । ଏହାପରେ ମା’ ମହାଲକ୍ଷ୍ମୀ, ମା’ ବିମଳା, ନୃସିଂହ ମନ୍ଦିର ଭଳି ୧୧ଟି ଦ୍ଵାରକୁ ରୁପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।

ବର୍ମାଟିକ୍ କାଠରେ ନିର୍ମାଣ ହେବ ଚାରି ଇଞ୍ଚ ମୋଟେଇର ଦ୍ବାର। ପ୍ରାୟ ୨୫୦୦କିଲୋ ବା ୨.୫ ଟନ୍ ରୁପା ବ୍ୟବହାର ହେବ।  ମୁମ୍ବାଇର ବଦାନ୍ୟ ଦାତା ନିଜ ଖର୍ଚ୍ଚ ଓ ଅଭିଜ୍ଞ କାରିଗରଙ୍କ ଦ୍ୱାରା ଏହି କାର୍ଯ୍ୟ ହେବ। ଗତମାସ ୨୭ ତାରିଖରେ ବସିଥିବା ବୈଠକରେ କାଠ ଡିଜାଇନ ଚୂଡାନ୍ତ ହୋଇଥିଲେ ହେଁ ରୁପା ଆସ୍ତରଣ ଡିଜାଇନ ଚୂଡାନ୍ତ ହୋଇନଥିଲା । ଆଜି ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.