Latest Odisha News

BREAKING NEWS

ଜାଡ଼ରେ ଥରିଲାଣି ଓଡ଼ିଶା: ୬ଟି ସହରରେ ୧୨ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ଶୀତରେ ଥରୁଛି ସୋନପୁର ଓ ଦାରିଙ୍ଗିବାଡ଼ି । ଏଠାରେ ଲଗାତାର ଭାବରେ ଖସୁଛି ପାରଦ । ବଢୁଛି ଥଣ୍ଡା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁଠୁ ଶୀତଳ ସହର ହୋଇଛି ସୋନପୁର । ସେଠାରେ ସର୍ବନିମ୍ନ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ସୋନପୁରକୁ ମିଶାଇ ରାଜ୍ୟରେ ୯ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ଏହା ଭିତରେ ୬ଟି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀରୁ କମ୍ ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଅନୁଗୋଳରେ ୧୧ ଫୁଲବାଣୀରେ ୧୦, କୋରାପୁଟରେ ୧୧.୨ ଓ ଭବାନୀପାଟଣାରେ ୧୧.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି ।

ସେହିପରି ଝାରସୁଗୁଡ଼ାରେ ୧୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ ହୋଇଥିବା ବେଳେ ତାଳଚେରରେ ୧୩.୫, ବଲାଙ୍ଗିରରେ ୧୪, କେନ୍ଦୁଝରରେ ୧୪.୪, ଓ ମାଲକାନଗିରିରେ ସର୍ବନିମ୍ନ ୧୪.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅନୁଭୂତ ହେଲାଣି ଶୀତ । ଆଗାମୀ ଦିନେ ଦୁଇ ଦିନ ଭିତରେ ଥଣ୍ଡା ବଢ଼ିବ । ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୩୨.୫ ଡିଗ୍ରୀ ସେଲସିୟସ ତାମପାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.