Latest Odisha News

BREAKING NEWS

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା; ଗୁଜରାଟର ଭକ୍ତ ଅଟକ

ପୁରୀ:ଶ୍ରୀମନ୍ଦିର ଭିତରୁ ପୁଣି ଜବତ ହେଲା ସ୍ପାଏ କ୍ୟାମେରା । କୀର୍ତ୍ତନଚକଡ଼ା ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ଵାର ଥାନା ପୋଲିସ । ଅଟକ ବ୍ୟକ୍ତି ଜଣକ ଗୁଜରାଟର ଜଣେ ଭକ୍ତ ବିପୁଲ୍ ପଟେଲ ବୋଲି ଜଣାପଡ଼ିଛି।

ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ସିଂହଦ୍ଵାର ଥାନା ପୋଲିସ ସୂଚନା ଦେଇଛି । ହିଡେନ କ୍ୟାମେରା ଥିବା ଚଷମା ଓ ମୋବାଇଲ ଫୋନ୍ ଜବତ କରିଛି ।

ସୂଚନାଥାଉକି, ବେହରଣ ଦ୍ବାର ନିକଟରେ ତାଙ୍କ ଗତିବିଧି ଉପରେ ସନ୍ଦେହ ହୋଇଥିଲା ଓ ଏହାପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ତଦନ୍ତ କରିଥିଲେ । ପରେ ତାଙ୍କ ଚଷମାରେ ହିଡେନ୍ କ୍ୟମେରା ଲାଗିଥିବା ଜଣାପଡିଥିଲା ।

ସୂଚନାଥାଉକି, ଏହା ପୂର୍ବରୁ ଗତ ମାସ ୨୯ ତାରିଖରେ ପୁରୀର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହିତ କ୍ୟାମେରାରେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ହୋଇନଥିବା ଜଣାପଡ଼ିଥିଲା। ଆଉ ପରେ ସମ୍ପୃକ୍ତ ଯୁବକକୁ ପୋଲିସ ତାଗିଦ୍ କରି ଛାଡ଼ି ଦେଇଥିଲା।

ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏଭଳି ଦୁଇଦୁଇଟି ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.