Latest Odisha News

ଆଜି ଆଲୋକର ପର୍ବ ଦୀପାବଳି: ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ

ଭୁବନେଶ୍ୱର: ଆଜି ଶୁଭ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ । ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ରାଜ୍ୟରେ ବାଣ ଫୁଟାଇବା ମନା ।

ପୌରାଣିକ କଥାବସ୍ତୁ ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ମାରିବା ପରେ ଅଯୋଧ୍ୟା ବାହୁଡ଼ିଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ଆଲୋକରେ ସଜେଇ ହୋଇଥିଲା ଅଯୋଧ୍ୟା ନଗରୀ ।

ସେହିପରି ଏହି ଦିନ ମାଆ କାଳିଙ୍କ ଆରାଧନା ମଧ୍ୟ କରାଯାଏ । ଏହାସହ କାର୍ତିକ ଅମାବାସ୍ୟା ବା ଦୀପାବଳି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଇଥଏ । ଯାହକୁ ପୟାଶ୍ରାଦ୍ଧ କୁହାଯାଏ । କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରିଥିବା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଯାଏ ।

Leave A Reply

Your email address will not be published.