Latest Odisha News

BREAKING NEWS

ଆହୁରି ମହଙ୍ଗା ହେଲା ସୁନା; ୮୩ ହାଜର ଟପିଲା ଦର

ଭୁବନେଶ୍ୱର: ଏବେ ଚାଲିଛି ବିବାହ ଋତୁ । ହେଲେ ଏହା ଭିତରେ ପୁଣି ଆକାଶଛୁଆଁ ହୋଇଛି ସୁନା ଦର । ୮୩ ହାଜର ଟଙ୍କା ଅତିକ୍ରମ କରିଛି ସୁନା ଦର । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧୭୦ ଟଙ୍କା ବୃଦ୍ଧି ପାଇ ୮୩,୦୨୦ ଟଙ୍କାରେ ପହଞ୍ଚିଛି ।

ଅନ୍ୟପକ୍ଷରେ, ୨୨ କ୍ୟାରେଟ୍‌ ସୁନା ଦର ୧୫୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଏହା ୭୬,୧୦୦ ଟଙ୍କାରେ ପହଞ୍ଚିଛି । କିଲୋଗ୍ରାମ ପିଛା ରୁପା ଦର ୨୦୦୦ ଟଙ୍କା ବଢ଼ିଛି । ଫଳରେ ଏହା ୧,୦୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

ତେବେ ଓଡିଶାରେ ରୂପା ଦାମ୍ ଜାତୀୟ ହାରଠାରୁ ଯଥେଷ୍ଟ ଉପରେ ରହିଛି । ରୁପା କେଜି ମୂଲ୍ୟ ୨ ହଜାର ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ହଜାର ଟଙ୍କା ହୋଇଛି ।

ସେହିପରି, ଦିଲ୍ଲୀରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ଦାମ୍ ୮୩ ହଜାର ୮୦୦ ଟଙ୍କା ସ୍ତରରେ ପହଞ୍ଚିଛି । ସର୍ବଭାରତୀୟ ସରାଫା ସଙ୍ଘ ସୂଚାନୁସାରେ, ରୁପାର କିଲୋପିଛା ଦାମ୍ ୧୧୫୦ ଟଙ୍କା ବୃଦ୍ଧି ପାଇ ୯୪ ହଜାର ୧୫୦ ଟଙ୍କା ହୋଇଛି ।

ତେବେ ଭୁରାଜନୈତିକ ଅସ୍ଥିରତା ଏବଂ ଅନିଶ୍ଚିତତା ମଧ୍ୟରେ ସୁନାରେ ନିବେଶ ବଢ଼ିଛି । ତେବେ ଆମେରିକୀୟ ଡଲାର ଦୁର୍ବଳ ହେବା ଫଳରେ ସୁନା ମୂଲ୍ୟ ବଢ଼ି ସର୍ବାଧିକ ସ୍ତରରେ ପହଞ୍ଚିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

Comments are closed.