Latest Odisha News

BREAKING NEWS

ଆଉ କିଛି ସମୟରେ ଗୋବିନ୍ଦ ସାହୁର ପୋଷ୍ଟମର୍ଟମ୍, ବ୍ୟବଚ୍ଛେଦ ବେଳର ହେବ ଭିଡିଓଗ୍ରାଫି

ମୃତଦେହ ନିକଟରୁ ମିଳିଛି ଏନଭେଲୋପ୍, ଜେଲ୍ ଓ୍ୱାର୍ଡର ଅକ୍ଷୟ ମହାନ୍ତି ସସପେଣ୍ଡ

ବଲାଙ୍ଗୀର : ଆଜି ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ହେବ ପୋଷ୍ଟମର୍ଟମ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ହେବ ଶବ ବ୍ୟବଚ୍ଛେଦ । ବୁର୍ଲା ମେଡିକାଲର ଦୁଇ ଜଣ ଏଫଏମଟି ଡାକ୍ତର ପୋଷ୍ଟମର୍ଟମ କରିବେ  । ପୋଷ୍ଟମର୍ଟମର ଭିଡିଓଗ୍ରାଫି ହେବ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବ କଣ୍ଟାବାଞ୍ଜି ତହସିଲଦାର ଭୀମଭୋଇ ମେଡିକାଲରେ ପହଞ୍ଚିଛନ୍ତି ।

ମୃତ ଗୋବିନ୍ଦଙ୍କ ପରିବାର ଲୋକ ବି ସେଠାରେ ଉପସ୍ଥିତ ରହିଛନ୍ତି । ତେବେ ତାଙ୍କ ଶାଳକଙ୍କ ସୂଚନା ଅନୁସାରେ, ଗୋବିନ୍ଦଙ୍କ ଶବ ନିକଟରୁ ଏକ ବନ୍ଦ ଲଫାପା ମିଳିଛି । ଯେଉଁଟିକୁ ପୋଲିସ ନିଜ ନିକଟରେ ରଖିଛି । ଏଥିରେ କ’ଣ ଲେଖିଛନ୍ତି ଗୋବିନ୍ଦ? ଗତକାଲି ସକାଳ ସାତଟାରେ ଗୋବିନ୍ଦ ପତ୍ନୀଙ୍କ ସୁଷମା ସାହୁ ସହିତ ଫୋନରେ କଥା ହୋଇଥିଲେ । ତାପରେ ପରେ ସେ ଆତ୍ମହତ୍ୟା କରିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । କଣ୍ଟାବାଞ୍ଜି ଜେଲକୁ ଆଜି ଟିମ୍ ଯାଇ ତଦନ୍ତ କରିବ । ତେବେ ଏନଭେଲୋପରେ ଗୋବିନ୍ଦଙ୍କ ଲେଖାକୁ ନେଇ କ୍ରାଇମବ୍ରାଞ୍ଚ କିଛି ସୁରାକ୍ ପାଇବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଗୋବିନ୍ଦଙ୍କ ଆତ୍ମହତ୍ୟା ମାମଲାରେ ଜଣେ ଜେଲ୍ ଓ୍ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଓ୍ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ସସପେଣ୍ଡ କରାଯାଇଛି ବୋଲି ସମ୍ୱଲପୁର ରେଞ୍ଜ ଜେଲ୍ ଡିଆଇଜି ସୂଚନା ଦେଇଛନ୍ତି । ଡାଇନିଂ ହଲ ପଛ ଝରକାରେ ବେକରେ ଗାମୁଛା ବାନ୍ଧି ସେ ଆତ୍ମହତ୍ୟା କରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଜାତ ହୋଇଛି । ତାଙ୍କ ପରିବାର ଲୋକେ କହିଛନ୍ତିଯେ, ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।

 

Leave A Reply

Your email address will not be published.