Latest Odisha News

ବିଦେଶରେ ହୁ ହୁ ବଢୁଛି କରୋନା, ଦେଶରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ ଆଜି

ନୂଆଦିଲ୍ଲୀ: ଚୀନ ପରେ ଜାପାନ ଓ ଅନ୍ୟ କେତେକ ଦେଶରେ ବି କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଆକ୍ସନ ମୋଡରେ ଭାରତ ସରକାର । କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଗୁଆ ପଦକ୍ଷେପ ନେଲାଣି । ଆଜି କେନ୍ଦ୍ର ସରକାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ମାନଙ୍କ ବୈଠକ ଡକାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ବୈଠକରେ ଅଧ୍ୟକ୍ଷତା କରିବେ ।

BjdElectrycity

ପୂର୍ବାହ୍ନ ସାଢେ ୧୧ଟାରେ ଏହି ବୈଠକ ହେବ । ଦେଶରେ କୋଭିଡ୍ ସ୍ଥିତିକୁ ସମୀକ୍ଷା କରିବେ ମାଣ୍ଡଭିୟ । ଚୀନ, ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ ହୁ ହୁ ହୋଇ କୋଭିଡ୍ ବଢିବାରେ ଲାଗିଛି । ସାର୍ସ-କୋଭ୍-୨ ଜେନୋମିକ୍ସ କନସୋର୍ଟିଅମ୍ (INSACOG) ଜରିଆରେ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି ।

ସବୁ କୋଭିଡ୍ କେସରେ ଜେନୋମ୍ ସିକ୍ୱେନ୍ସିଂ ହେବ । ଏନେଇ ସବୁ ରାଜ୍ୟକୁ ଚିଠି ଲେଖି ଅବଗତ କରାଯାଇଥିବା ସ୍ୱାସ୍ଥ୍ୟ  ସଚିବ ରାଜେଶ ଭୁଷଣ କହିଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୧୧୨ ନୂଆ ମାମଲା ଦେଖାଦେଇଛି । ସୋମବାର ୧୮୧ ମାମଲା ଚିହ୍ନଟ ହୋଇଥିଲା । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩,୪୯୦ ରହିଛି । କେରଳ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଏହି ବୈଠକରେ ଆୟୁଷ ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଆଇସିଏମଆର୍ ନିର୍ଦ୍ଦେଶକ ରାଜୀବ ବହଲ୍, ନୀତି ଆୟୋଗ ସଦସ୍ୟ ଭି.କେ. ପଲ୍ ଓ NTAGI ଅଧ୍ୟକ୍ଷ ଏନ ଏଲ୍ ଆରୋରା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

Leave A Reply

Your email address will not be published.