ନୂଆଦିଲ୍ଲୀ: ପୁରୀରେ ରଥଯାତ୍ରା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି । ମାମଲାରେ ପକ୍ଷଭୁକ୍ତ ପାଇଁ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ହେବ । ବିଚାରପତି ଜଷ୍ଟିସ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହାର ବିଚାର କରିବେ । ଦିନ ୧୧ଟାରେ ଏହାର ଶୁଣାଣି ରହିଛି । କୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କ ନଜର ରହିଛି ।
ରଥଯାତ୍ରା ସପକ୍ଷରେ ପୂର୍ବ ରାୟର ପୁନର୍ବିଚାର ପାଇଁ ପ୍ରିମକୋର୍ଟରେ ୧୭ଟି ପିଟିସନ୍ ଫାଇଲ୍ ହୋଇଛି । ପୂର୍ବ ରାୟର ପୁନର୍ବିଚାର ସହ କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ରତଯାତ୍ରା ପାଇଁ ଅନମୁତି ଦେବାକୁ ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ ।
ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱଧୀନ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶାରେ ରଥଯାତ୍ରା ସମ୍ପୂର୍ଣ୍ଣ ବାତିଲ ନେଇ ରାୟ ଦେଇଥିଲେ । ଏବେ ଜଣିକିଆ ବେଞ୍ଚ କଣ ନିଷ୍ପତ୍ତି ଶୁଣାଇବେ? ରଥଯାତ୍ରା ସମ୍ପର୍କିତ ପୂର୍ବ ରାୟ କାଏମ ରଖିବେ ନା ପରିବର୍ତ୍ତନ କରିବେ ? ତଥାପି ଆଶା ବାନ୍ଧି ବସିଛନ୍ତି ଜଗନ୍ନାଥପ୍ରେମୀ ।
Comments are closed.