Latest Odisha News

BREAKING NEWS

କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଛି ତ୍ରାହି । ବର୍ଷା ଯୋଗୁଁ ରାଜ୍ୟରେ କିଛି ଦିନ ହେଲା ଖସିଛି ପାରଦ । ଫଳରେ ଲୋକେ ଗରମରୁ ଆଶ୍ବସ୍ତି ଲାଭ କରିଛନ୍ତି । ସେହିପରି ରାଜ୍ୟର ସମସ୍ତ ସହରର ତାପମାତ୍ରା ହ୍ରାସ ପାଇଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୩.୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୫.୨, କଟକରେ ୩୬.୪, ପାରାଦୀପରେ ୩୪, ଭୁବନେଶ୍ବରରେ ୩୪.୭, ଗୋପାଳପୁରରେ ୩୪.୫, ପୁରୀରେ ୩୩.୨, ଅନୁଗୁଳରେ ୩୬.୭, ବାରିପଦାରେ ୩୬.୨, ଝାରସୁଗୁଡ଼ାରେ ୩୬.୨, କେନ୍ଦୁଝରରେ ୩୪.୪, ସମ୍ବଲପୁରରେ ୩୬.୧, ସୁନ୍ଦରଗଡ଼ରେ ୩୫, ହୀରାକୁଦରେ ୩୫.୬, ତାଳଚେରରେ ୩୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୫.୮, କୋରାପୁଟରେ ୩୪, ଟିଟିଲାଗଡ଼ରେ ୩୬.୨, ମାଲକାନଗିରିରେ ୩୯, ସୋନପୁରରେ ୩୭.୨, ଦାରିଙ୍ଗବାଡିରେ ୩୧.୫, ନୟାଗଡ଼ରେ ୩୫, ବୌଦ୍ଧରେ ୩୭, ଛତ୍ରପୁରରେ ୩୪.୬, ପାରଳାଖେମୁଣ୍ଡିରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.