Latest Odisha News

BREAKING NEWS

ତାତି କରୁଛି କଲବଲ, ୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ରାଜ୍ୟବାସୀ । ହଠାତ ତାପମାତ୍ରା ବୃଦ୍ଧି ପାଇବା ପରେ ଆଉଟୁପାଉଟୁ ହେଲେଣି ଲୋକେ । ଏଭଳି ସ୍ଥିତିରେ ଆଜି ୪୦ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୦ ସହରର ତାପମାତ୍ରା । ତେବେ ୪୧.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୬.୫ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୮.୩, କଟକରେ ୩୮.୨, ପାରାଦୀପରେ ୩୩.୩, ଭୁବନେଶ୍ବରରେ ୩୯, ଗୋପାଳପୁରରେ ୩୨.୯, ପୁରୀରେ ୩୪.୬, ଅନୁଗୁଳରେ ୪୦.୧, ବାରିପଦାରେ ୩୯, ଝାରସୁଗୁଡ଼ାରେ ୩୯.୪, କେନ୍ଦୁଝରରେ ୩୬.୬, ସମ୍ବଲପୁରରେ ୪୧, ସୁନ୍ଦରଗଡ଼ରେ ୪୦.୫, ହୀରାକୁଦରେ ୩୯.୬, ତାଳଚେରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣା ତାପମାତ୍ରା ୩୯.୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ୪୦.୫, କୋରାପୁଟରେ ୩୫, ମାଲକାନଗିରିରେ ୪୦.୫, ସୋନପୁରରେ ୪୧, ଦାରିଙ୍ଗବାଡିରେ ୩୫, ନୟାଗଡ଼ରେ ୪୦, ବୌଦ୍ଧରେ ୪୦.୮, ଛତ୍ରପୁରରେ ୩୪.୭, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.