Latest Odisha News

BREAKING NEWS

ଆଜି ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାର ଆଜି ହେଉଛି ପଞ୍ଚମ ଦିନ l ଜନ୍ମବେଦୀ ଗୁଣ୍ଡିଚାମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ମାଉସୀ ହାତ ପରସା ଖାଉଛନ୍ତି ଓ ଅଗଣିତ ଭକ୍ତଙ୍କ ଗୁହାରି ଶୁଣୁଛନ୍ତି l ଆଡପ ମଣ୍ଡପରେ ଦର୍ଶନ କରି ବାଭବିହ୍ଵଳ ଭକ୍ତ l ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି ରାତ୍ରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଘୋଷଯାତ୍ରାରେ ମାଆ ମହାଲଷ୍ମୀଙ୍କୁ ଛାଡି ଜନ୍ମବେଦିକୁ ଆସିଛନ୍ତି ତେଣୁ ଅଭିମାନ କରିଛନ୍ତି ମାଆ l

ବିମଳା ଙ୍କ ପରାମର୍ଶରେ ମୋହିନୀ ଚୁର୍ଣ୍ଣ ଧରି ମାତା ଲଷ୍ମୀ ପାଲିଙ୍କିରେ ନନ୍ଦିଘୋଷ ରଥ ନିକଟକୁ ଆସି ରାଗ ଜର୍ଜରିତ ହୋଇ ରଥ ଭାଙ୍ଗିବେ l ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ପହଞ୍ଚିବା ସମୟରେ ସନ୍ଧ୍ୟା ଧୂପ ନୀତି ଚାଲିଥିବାରୁ ଟେରା ପଡ଼ିଥିବ l ଦର୍ଶନ ନ ପାଇ କେବଳ ଆଜ୍ଞାମାଳ ପାଇ ନାକଚଣା ଦ୍ୱାରପଟେ ବାହାରି ହେରାଗୌରୀ ସାହି ଦେଇ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ l ଅନ୍ୟପଟେ ଆଡପମଣ୍ଡପରେ ଦର୍ଶନ କରିବା ସହ ଆଡପ ଅବଢା ପାଇ ଭକ୍ତମାନେ କୃତାର୍ଥ ହେଉଛନ୍ତି ।

ସେପଟେ ଆସନ୍ତାକାଲି ତିନିରଥର ଦକ୍ଷିଣମୋଡ଼ କରାଯିବ । ସକାଳଧୂପ ସରିବା ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ତିନୋଟି ମହାପ୍ରଭୁଙ୍କ ଅଜ୍ଞାମାଳ ନେଇ ଆସି ତିନି ରଥ ନିକଟରେ ପହଂଚିବା ପରେ ରଥ ଗୁଡିକ ଟଣା ହୋଇ ନାକଚଣା ଦ୍ୱାର ଅଭିମୁଖେ ନିଆଯିବ । ସେଥିପାଇଁ ଆଜି ତିନିରଥର ମରାମତି କାର୍ଯ୍ୟ ହୋଇଛି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନିରଥର ଯାଞ୍ଚ କରାଯାଇଛି । ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଓ ରେଲୱେର ବୈଷୟିକ ଟିମ୍ ଦ୍ୱାରା ନନ୍ଦିଘୋଷ, ତାଳଧ୍ଵଜ, ଦେବଦଳନ ରଥର ଯାଞ୍ଚ କରାଯାଇଛି ।

ଅନ୍ୟପଟେ ଆସନ୍ତା ୪ ତାରିଖ ନବମୀ ସନ୍ଧ୍ୟା ଦର୍ଶନ । ସେହିଦିନ ସକାଳ ୭ ଟାରୁ ଅପରାହ୍ନ ୫ଟା ଯାଏଁ ହିଁ ଦର୍ଶନ ଚାଲିବ । ଅପରାହ୍ନ ୫ଟା ପରେ ଆଉ ଦର୍ଶନ ମିଳିବ ନାହିଁ । ତା ପରଦିନ ବାହୁଡା଼ଯାତ୍ରା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଅଭିମାନିନୀ ମା’ ମହାଲଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ନ ପାଇ ରାଗ ଜର୍ଜରିତା ମା’ ମହାଲଷ୍ମୀ ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।

ସେପଟେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳଧୂପ ପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ କରାଯିବ । ସେଥିପାଇଁ ରଥର ସାମାନ୍ୟ ମରାମତି କରାଯାଇଛି । ସେପଟେ ଆଜି ମଧ୍ୟ ଶରଧାବାଲିରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

Comments are closed.