Latest Odisha News

BREAKING NEWS

‘ଚୁଜ୍ ଟୁ ଚ୍ୟାଲେଂଜ’ ଥିମ୍ କୁ ନେଇ ଚଳିତ ବର୍ଷ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୭୫ ମସିହାରୁ ଜାତିସଂଘ ଆନୁକୂଲ୍ୟରେ ଆଜିର ଦିନକୁ ମହିଳା ଦିବସ ରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଂଜ’ । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଓ ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ଦେବା ଏହି ଦିବସର ଲକ୍ଷ୍ୟ ।

ତେବେ ଏପରି ଏକ ଦିବସ ପାଳନ କରିବା ପାଇଁ କେମିତି ଚିନ୍ତା କରାଗଲା, ନଜର ପକାଇବା ।

କେମିତି ଆରମ୍ଭ ହେଲା ?
୧୯୦୮ ମସିହାରେ ଜଣେ ମହିଳା ଶ୍ରମିକଙ୍କ ଆନ୍ଦୋଳନରୁ ମହିଳା ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଛି । ଏହି ଦିନ ୧୫ ହଜାର ମହିଳା ଚାକିରୀ ସମୟ କମାଇବା, ଦରମା ବଢ଼ାଇବା ଓ ଅନ୍ୟ କିଛି ଅଧିକାର ଦାବି କରି ଆମେରିକାର ନ୍ୟୁୟର୍କ ସହରରେ ବିକ୍ଷøାଭ ପ୍ରଦର୍ଶନ କରିଥିଲେ । ଏହାପରେ ଆମେରିକାରେ ୧୯୦୯ ମସିହା ଫେବୃଆରୀ ୨୮ ରେ ପ୍ରଥମ ଥର ଜାତୀୟ ମହିଳା ଦିବସ ପାଳନ କରାଗଲା । ସର୍ବପ୍ରଥମେ ଜର୍ମାନୀର କ୍ଲାରା ଜେଡକିଣ୍ଟ ୧୯୧୦ ମସିହାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର ବିଚାର ରଖିଥିଲେ । କ୍ଲାରା କହିଥିଲେ, ସାରା ବିଶ୍ୱରେ ପ୍ରତ୍ୟେକ ଦେଶର ମହିଳା ନିଜ ବିଚାରକୁ ରଖିବା ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଆବଶ୍ୟକତା ରହିଛି ।

'International Women's Day' Sand Art By International Sand Artist Manas Kumar Sahoo

କ୍ଲାରା ଜେଡକିଣ୍ଟଙ୍କ ବିଚାର ପରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ୧୭ଟି ଦେଶର ୧୦୦ଜଣ ମହିଳା ଯୋଗ ଦେଇଥିଲେ । ସେମାନେ ସମସ୍ତେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ଉପରେ ନିଜର ସହମତି ବ୍ୟକ୍ତ କଲେ । ଯାହାପରେ ୧୯ ମାର୍ଚ୍ଚ ୧୯୧୧ ମସିହାରେ ଜର୍ମାନୀ, ଅଷ୍ଟ୍ର୍ରିଆ, ଡେନମାର୍କ ଓ ସ୍ୱିଜରଲାଣ୍ଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଗଲା । ପରେ ୧୯୧୩ ମସିହାରେ ଏହି ଦିନକୁ ବଦଳାଇ ମାର୍ଚ୍ଚ ୮ ତାରିଖ ରଖାଗଲା । ୧୯୭୫ ମସିହାରେ ଜାତି ସଙ୍ଘ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ ପାଇଁ ଘୋଷଣା କଲା ।

Leave A Reply

Your email address will not be published.