Latest Odisha News

ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ । କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଲିଯାତ୍ରା ଲୋକକଥା ନୁହେଁ ସଭ୍ୟ, ସଂସ୍କୃତି ଓ ସମୃଦ୍ଧ ସମାଜର ବଡ଼ ପ୍ରମାଣ । ଓଡ଼ିଶାର ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଦାସିଆ ବାଉରୀ, ସନ୍ଥକବି ଭୀମ ଭୋଇ, କୋଣାର୍କ ମନ୍ଦିରର ମୁଣ୍ଡି ମାରି ୧୨୦୦ ବଢ଼େଇଙ୍କ ଜୀବନ ରକ୍ଷା କରିଥିବା ଧର୍ମପଦ, କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଓଡ଼ିଶାର ଅନନ୍ୟ ପରିଚୟ । ଏହି ଗୁଡିକୁ ବିଭିନ୍ନ ସ୍ତରରେ ପ୍ରଚାରପ୍ରସାର କରିବାର ଆବଶ୍ୟକତା ରହିଛି । ତେଣୁ ଏଭଳି ଗୁରୁଦାୟିତ୍ୱକୁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମ ନେବା ଦରକାର ।

Leave A Reply

Your email address will not be published.