Latest Odisha News

BREAKING NEWS

ଆଜି ହେଉଛି ପବିତ୍ର ପାପାଙ୍କୁଶ ଏକାଦଶୀ; ଜାଣନ୍ତୁ ଏହାର ମହତ୍ତ୍ୱ

ଭୁବନେଶ୍ୱର: ଆଶ୍ୱିନ ଶୁକ୍ଳପକ୍ଷରେ ପଡୁଥିବା ଏକାଦଶୀ ‘ପାପାଙ୍କୁଶା’ ଏକାଦଶୀ ନାମରେ ଜଣା। ଏହା ସର୍ବପାପହାରୀ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ ଅଟେ ।

ଯଦି ମନୁଷ୍ୟ ଏହି ଏକାଦଶୀ ନିଷ୍ଠାର ସହିତ ପାଳନ କରେ, ତାକୁ କେବେ ଯମ-ଯାତନା ଭୋଗିବାକୁ ପଡ଼େନାହିଁ ବୋଲି ଲୋକ ବିଶ୍ୱାସ ରହିଛି ।

ଏକାଦଶୀ ଦିନ ଉପବାସ ଓ ରାତିରେ ଉଜାଗର ରହିଥିବା ମନୁଷ୍ୟ ଅନାୟସରେ ବିଷ୍ଣୁଧାମକୁ ଯାଏ ବୋଲି ପୁରାଣରେ ବର୍ଣ୍ଣିତ। ଏହି ଏକାଦଶୀ ପାଳନ କରୁଥିବା ବ୍ୟକ୍ତି ମାତୃପକ୍ଷର ଦଶ ଓ ପିତୃପକ୍ଷର ଦଶ ତଥା ପତ୍ନୀପକ୍ଷର ଦଶ ପିଢ଼ିକୁ ଉଦ୍ଧାର କରନ୍ତି ବୋଲି କୁହାଯାଏ । ଏହି ଦିନ ସମ୍ପୂର୍ଣ୍ଣ ମନସ୍କାମନା ପ୍ରାପ୍ତି ନିମନ୍ତେ ବାସୁଦେବ ସ୍ୱରୂପର ପୂଜା କରିବା ଉଚିତ୍ ।

ଜିତେନ୍ଦ୍ରିୟ ମୁନି ଚିରକାଳ ପର୍ଯ୍ୟନ୍ତ କଠୋର ତପସ୍ୟା କରି ଯେଉଁ ଫଳ ଲାଭ କରନ୍ତି, ତାହା ସେଦିନ ଭଗବାନ୍ ବିଷ୍ଣୁଙ୍କୁ ପ୍ରଣାମ କଲେ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ ଯେଉଁ ପୁରୁଷ ସୁନା, ତିଳ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଓ ଛତା ଦାନ କରେ, ତାକୁ କେବେ ଯମରାଜଙ୍କର ଦର୍ଶନ ହୁଏ ନାହିଁ ବୋଲି କୁହାଯାଏ ।

ଦରିଦ୍ର ବ୍ୟକ୍ତି ମଧ୍ୟ ସ୍ନାନ, ଜପ-ଧ୍ୟାନ ଆଦି କରିବା ପରେ ସକ୍ଷମ ଅନୁସାରେ ହୋମ, ଯଜ୍ଞ ତଥା ଦାନ କରି ପ୍ରତ୍ୟେକ ଦିନକୁ ସଫଳ କରିବା ଉଚିତ୍ ।

Leave A Reply

Your email address will not be published.