Latest Odisha News

BREAKING NEWS

ତୃତୀୟ ଲହର ଅତିକ୍ରମ କରି ସାରିଛି ଦିଲ୍ଲୀ, ଆଉ ହେବ ନାହିଁ ଲକଡାଉନ; ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବା ସତ୍ତ୍ୱେ ଏଠାରେ ଆଉ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଦାବି କରିଛନ୍ତି।

ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ସ୍ପର୍ଶ କରି ସାରିଛି। ବର୍ତ୍ତମାନ କେବଳ ମାସ୍କ ପିନ୍ଧିବା ଆବଶ୍ୟକ । ଲକଡାଉନ କରିବାର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଦିଲ୍ଲୀରେ ତୃତୀୟ ଲହର ପାର୍ ହୋଇଯାଇଛି। ବଜାର ଗୁଡିକୁ ବନ୍ଦ ରଖିବା ବାବଦରେ ବିଷୟରେ ସେ କହିଛନ୍ତି, “ଏହାକୁ ବିଚାରକୁ ନିଆଯାଇନାହିଁ।

୧୩ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ନଭେମ୍ବର ୧୧ ରେ, ଦେଶର ରାଜଧାନୀରେ ସର୍ବାଧିକ ୮୫୯୩ ଟି ମାମଲା ଚିହ୍ନଟ ହୋଇଛି । ନଭେମ୍ବର ୨ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ କରୋନାର ତୃତୀୟ ଲହରକୁ ସ୍ୱୀକାର କରିବା ସହ ଆଇସିୟୁ ବେଡ୍ ବୃଦ୍ଧି ସମେତ ତାଙ୍କ ସରକାର ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ଥିବା ସେ କହିଥିଲେ। କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ କୋଭିଡ ମାମଲାରେ ଶୀତ ଦିନେ ଦିନକୁ ହାରାହାରି ୧୫୦୦୦ ମାମଲା ବୃଦ୍ଧି ପାଇପାରେ।

Leave A Reply

Your email address will not be published.