ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଅନ୍ଲାଇନ୍ ଆବେଦନର ଆଜି ଶେଷ ତାରିଖ । ଏଥିପାଇଁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡ୍ଲାଇନ୍ ରଖାଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍ଲାଇନ୍ ଫି’ ଜମା ପାଇଁ ଡେଡଲାଇନ୍ ରହିଛି ।
www.ojee.nic.in ଓ www.ojee.nic.inରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ମୋଟ ୫୩ଟି ସେଂଟରେ ଏହି ପରୀକ୍ଷା ହେବ ।
Comments are closed.