Latest Odisha News

BREAKING NEWS

ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଏହି ବୈଠକରେ ଆଗାମୀ ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ମୋହର ଲାଗିବ । ଆଜି ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ।

୨୦୨୧-୨୨ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଞ୍ଜୁରୀ ଉପରେ ମଧ୍ୟ ଆଲୋଚନା ହେବ । ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନ ଡ଼ିସେମ୍ବର ୧ତାରିଖରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ । ଏହାପରେ କ୍ୟାବିନେଟ୍ ବୈଠକ ବସିବ । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର ଲାଗିପାରେ । ଭର୍ଚୁଆଲ ଦ୍ୱାରା ପ୍ରଥମେ ମନ୍ତ୍ରୀପରିଷଦ ଓ ପରେ କ୍ୟାବିନେଟ୍ ବୈଠକ ହେବ । ମନ୍ତ୍ରୀମାନେ ଲୋକସେବା ଭବନ କିମ୍ବା ଜିଲ୍ଲା ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଡ଼ି ହେବେ ।

Leave A Reply

Your email address will not be published.