Latest Odisha News

BREAKING NEWS

ଆଜି ବିଜୟ ଦିବସ; ଭାରତୀୟ ସେନାର ଅଦମ୍ୟ ଶକ୍ତି ସାମ୍ନାରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଜି ଡିସେମ୍ବର ୧୬ ତାରିଖ । ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଏହିଦିନରେ ପାକିସ୍ତାନ ଉପରେ ଭାରତୀୟ ସେନା ବିଜୟ ଲାଭ କରିଥିଲା । ଏହାକୁ ସ୍ମରଣ କରାଯାଇ ପ୍ରତ୍ୟେକ ବର୍ଷ ଏହାକୁ ବିଜୟ ଦିବସ ରୂପେ ପାଳନ କରାଯାଏ ।

ଏହିଦିନ ଭାରତୀୟ ବୀର ସୈନିକ ମାନେ ପାକିସ୍ତାନକୁ ଭାଙ୍ଗି ୨ ଖଣ୍ଡ କରିଦେଇଥିଲେ । ପାକିସ୍ତାନର ସେନାର ମୁଖ୍ୟ ଜେନେରାଲ ଅମୀର ଅବ୍ଦୁଲା ଖାନ ନିଜର ୯୩ ହଜାର ସୈନ୍ୟଙ୍କ ସହ ଆମ ବୀରଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିଥିଲେ ।

ପାକିସ୍ତାନ ଠାରୁ ମୁକ୍ତି ପାଇ ଥିବାରୁ ବାଂଲାଦେଶ ମଧ୍ୟ ଏହାକୁ ବିଜୟ ଦିବସ ରୂପେ ପାଳନ କରେ ।

ବୀର ମାନଙ୍କ ବୀରତ୍ବକୁ ସମ୍ମାନ ଜଣାଇ ବିଜୟ ଦିବସ ଅବସରରେ ୧୯୭୧ ଯୁଦ୍ଧରେ ଲଢ଼ିଥିବା ସୈନିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଲାମ ଜଣାଇଛନ୍ତି ।

“ଦେଶର ସୁରକ୍ଷା ପାଇଁ ୧୯୭୧ ଯୁଦ୍ଧରେ ଅଦମ୍ୟ ସାହସର ସହିତ ଲଢ଼ିଥିବା ସୈନିକମାନଙ୍କୁ ବିଜୟ ଦିବସ ଅବସରରେ ଆମେ ଶ୍ରଦ୍ଧା ସୁମନ ଅର୍ପଣ କରୁଛୁ । ସେମାନଙ୍କ ବୀରତ୍ୱ ଓ ସେବା ପାଇଁ ପ୍ରତ୍ୟେକ ଭାରତୀୟ ବର୍ଗିତ,” ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.