Latest Odisha News

BREAKING NEWS

ଆବିଦଙ୍କ ବିରଳ ବିଶ୍ୱରେକର୍ଡ: ପଦାର୍ପଣ ଟେଷ୍ଟ-ଦିନିକିଆରେ କଲେ ଶତକ ଅର୍ଜନ !

କରାଚୀ: ଅନ୍ତର୍ଜାତୀୟ ଟେଷ୍ଟ ଏବଂ ଦିନିକିଆ କ୍ରିକେଟର ପଦାର୍ପଣ ମ୍ୟାଚରେ ଶତକ ହାସଲ କରି ପାକିସ୍ତାନ ଓପନର ଆବିଦ ଅଲୀ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ଟେଷ୍ଟ ଏବଂ ଦିନିକିଆ ମ୍ୟାଚରେ କେବଳ ମହିଳା କ୍ରିକେଟର ଏନିଡ ବେକୱେଲ ଶତକ ମାରିଥିଲେ । କୌଣସି ପୁରୁଷ ଖେଳାଳି ଏହି ସଫଳତା ହାସଲ କରି ନାହାନ୍ତି ।

୩୨ ବର୍ଷୀୟ ଆବିଦ୍ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ପଦାର୍ପଣ ମ୍ୟାଚରେ ଶତକ ହାସଲ କରିଥିଲେ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସେ ୧୦୯ ରନ କରି ଅପରାଜିତ ରହିଛନ୍ତି ।

Leave A Reply

Your email address will not be published.