Latest Odisha News

BREAKING NEWS

ପବିତ୍ର ଧନୁସଂକ୍ରାନ୍ତି: ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପହିଲି ଭୋଗ’ ନୀତି

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକ୍ରାନ୍ତି ତଥା ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲିକ୍ଷିତ ହୋଇଛି ।

ରତ୍ନସିଂହାସନରେ ଅବକାଶ ନୀତି ପରେ ପହିଲି ଭୋଗ ଶ୍ରୀଜୀଉଙ୍କ ଅର୍ପଣ କରାଯାଇଥାଏ ଏବଂ ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ମଧ୍ୟ କରାଯାଇଛି ।

ଆଜି ଶ୍ରୀମନ୍ଦିର ଏହି ବିଶେଷ ନୀତି ପାଳନ ଅବସରରେ ମନ୍ଦିର ଭୋର ୩ଟା ସମୟରେ ଖୋଲାଯାଇଥିଲା ଏବଂ ରାତ୍ରୀ ୧୧ଟା ପର୍ଯ୍ୟନ୍ତ ଏହି ନୀତି ପାଳନ ହେବାର ସୂଚନା ମିଳିଛି ।

ଏହି ପାରମ୍ପରିକ ନୀତି ଆସନ୍ତା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଜାନୁଆରୀ ୧ ତାରିଖ ଦିନ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ସଅଳ ଦ୍ୱାରା ଫିଟାଯାଇ ଖୋଲାରହିବ । ସେହିପରି ଡ଼ିସେମ୍ବର ୩୧ ତାରିଖରେ ସଅଳ ପହଡ଼ ନୀତି ସମ୍ପନ୍ନ ହେବା ନେଇ ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଆସନ୍ତା ୨୫ ତାରିଖରେ ସୂର୍ଯ୍ୟପରାଗ ହେଉଥିବାରୁ ଏହିଦିନ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଓଡ଼ିଆ ପଞ୍ଜିକା ଅନୁସାରେ ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର‌୍ୟ୍ୟନ୍ତ ଶ୍ରୀଜୀଉମାନଙ୍କୁ ସକାଳ ସମୟରେ ଏହି ପାରମ୍ପରିକ ପହିଲିଭୋଗ ଅର୍ପଣ କରାଯିବାର ଶ୍ରୀମନ୍ଦିରରେ ପରମ୍ପରା ରହିଛି ।

Leave A Reply

Your email address will not be published.