Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି; ୫ ଘଣ୍ଟା ବନ୍ଦ ରହିବ ଦିିଅଁ ଦର୍ଶନ

ପୁରୀ; ଆଜି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ। ମହାବାହୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। ସୋମବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଦିଅଁ ଦର୍ଶନ ବନ୍ଦ ରହିବ।

ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଖସାପଡ଼ା ନୀତି ପାଇଁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାଆନ୍ତି। ଶୁଦ୍ଧ ସୁଆର ଖଳି, କଇଁଥ ଅଠା ଯୋଗାଇ ଦିଅନ୍ତି। ବେହରଣ ଦ୍ୱାର ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିଥାଆନ୍ତି। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ। ଏହା ଠାକୁରଙ୍କ ଗୁପ୍ତ ନୀତି ହୋଇଥିବା ବେଳେ ବର୍ଷକୁ ଏକାଧିକ ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ।

Comments are closed.