Latest Odisha News

BREAKING NEWS

ପଶ୍ଚିମା ଝଡ଼ ପ୍ରଭାବ; ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ଆଜିବି ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ପବନ ସାଙ୍ଗକୁ କିଛି ସ୍ଥାନରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସେହିପରି ଆସନ୍ତାକାଲି ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼,କେନ୍ଦୁଝର, ମୟୁରଭଞ୍ଜ,ଦେବଗଡ଼,ଗଂଜାମ, ଗଜପତି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର ସମେତ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ କରାଯାଇଛି । ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ଜିଲ୍ଲା ଗୁଡ଼ିକ ହେଲା ମୟୁରଭଞ୍ଜ, ସୁନ୍ଦରଗଡ଼,ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର, କଳାହାଣ୍ଡି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ସୂଚନା ଥାଉକି, ଗତକାଲି ଟ୍ୱିନି ସିଟି କଟକ-ଭୂବନେଶ୍ୱର ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା ।

Leave A Reply

Your email address will not be published.