Latest Odisha News

BREAKING NEWS

ଶିକ୍ଷିତ ଜିଲ୍ଲା ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱ ସଂଖ୍ୟା ବଢୁଛି

ଜଗତସିଂହପୁର ଟାଉନ୍ : ରାଜ୍ୟରେ ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱକୁ ବଢ଼ୁଛି। ଯାହା ଏବେ ଚିନ୍ତାର କାରଣ ପାଲିଟିଛି। ନ୍ୟାସ୍‌ନାଲ୍‌ ଫାମିଲି ହେଲଥ୍ ସର୍ଭେ (NFHS)ରୁ ଏହି ସୂଚନା ମିଳିଛି। ଏହି ସର୍ଭେ ଅନୁସାରେ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩ ପ୍ରତିଶତ ରହିଥିବା ବେଳେ ଓଡ଼ିଶା ହାର ୨୦.୫ ରହିଛି। ବାଲ୍ୟ ବିବାହରେ ରାଜ୍ୟରେ ୧୨ଟି ଜିଲ୍ଲା ଜାତୀୟ ହାର ଠାରୁ ଅଧିକ ରହିଛି। ନବରଙ୍ଗପୁର ଜିଲ୍ଲା ଏକ ନମ୍ବରରେ ଥିବା ବେଳେ ସମ୍ବଲପୁରେ ବାଲ୍ୟ ବିବାହ ସର୍ବନିମ୍ନରେ ରହିଛି।

NFHS ୪ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ୨୦୧୫-୧୬ରେ ବାଲ୍ୟ ବିବାହ- ୯.୭ ପ୍ରତିଶତ ଥିଲା। ପୁଣି ଏନ୍‌ଏଫ୍‌ଏଚ୍‌ ଏସ୍ ସର୍ଭେ ୫ରେ ଏହା ବଢ଼ି ୨୦୨୦-୨୧ ବେଳକୁ ୧୨ ପ୍ରତିଶତ ହୋଇଗଲା। NFHS ୪ର ସର୍ଭେ ଅନୁଯାୟୀ ୧.୨ ପ୍ରତିଶତ ୧୫ରୁ ୧୯ ବର୍ଷର ବୟସର ବାଳିକା ମା’ ହୋଇଥିଲେ। ସେହିପରି NFHS ୫ ଗଣନାରେ ଏହା ବଢ଼ି ୨.୬ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ଜଗତସିଂହପୁର ଜିଲ୍ଲାର ଶିକ୍ଷା ହାର ଅଧିକ ରହିଛି। ଏହାକୁ ଏକ ଶିକ୍ଷିତ ଜିଲ୍ଲା ବୋଲି କୁହାଯାଏ। ହେଲେ ଶିକ୍ଷିତ ଜିଲ୍ଲାରେ ଏଭଳି ବାଲ୍ୟ ବିବାହ ଓ କମ୍ ବୟସର ଝିଅ ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଜିଲ୍ଲାରେ ୧୯ ବର୍ଷ ତଳକୁ ୧୯୬ ଜଣ ବାଳିକା ମା’ ହୋଇସାରିଥିଲେ। ମମତା ଯୋଜନା ହିତାଧିକାରୀ ହେବାକୁ ଆବେଦନ କରିବା ପରେ ଏହି ତଥ୍ୟ ଜଣାପଡ଼ିଥିଲା। କାରଣ ୧୯ ବର୍ଷ ତଳକୁ ମା’ ହେଉଥିବା ମହିଳା ମମତା ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ ବୋଲି ଗାଇଡ୍‌ଲାଇନରେ ଉଲ୍ଲେଖ ରହିଥିଲା। ତେଣୁ ସର୍ଭେ କଲା ବେଳେ ସତ ସାମ୍ନାକୁ ଆସିଥିଲା ବୋଲି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.