Latest Odisha News

BREAKING NEWS

ବାଜପେୟୀଙ୍କ ସ୍ମୃତିରେ ସର୍ବଦଳୀୟ ବୈଠକ ଆଜି: ପ୍ରାର୍ଥନାସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଏକ ସର୍ବଦଳୀୟ ପ୍ରାର୍ଥନାସଭା ଆଜି ଅପରାହ୍ନ ୫ଟାରେ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ସଭା ବିଜେପି ପକ୍ଷରୁ ଆୟୋଜିତ କରାଯାଉଥିବା ବେଳେ ସଭାରେ ଯୋଗ ଦେବାପାଇଁ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି ।

 

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥନା ସଭାରେ ଯୋଗ ଦେବେ ବୋଲି ଜଣାପଡିଛି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ସଭାରେ ଯୋଗ ଦେବେ ।

ତେବେ ସର୍ବଦଳୀୟ ପ୍ରାର୍ଥନା ସଭାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହି ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତି ଚାରଣ କରିବେ ।

Leave A Reply

Your email address will not be published.