Latest Odisha News

BREAKING NEWS

ଶ୍ରୀମନ୍ଦିର ପରିସରକୁ କରାଯାଉଛି ସାନିଟାଇଜ୍

ପୁରୀ : ଆଜି ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଗାଇଡ ଲାଇନ୍ ଅନୁସାରେ ଆଜି ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏନେଇ ଏସଓପି ଜାରି କରାଯାଇଥିଲା । ଏବେ ବିନା କୋଭିଡ ରିପୋର୍ଟରେ ସମସ୍ତ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବାରୁ ସାନିଟାଇଜ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ପୂର୍ବରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିନଥିଲା । ଯେଉଁମାନଙ୍କ ପାଖରେ କୋଭିଡ଼ ନେଗେଟିଭ୍ ରିପୋର୍ଟ ଥିବ ସେମାନେ ହିଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କିନ୍ତୁ ଏହାକୁ ପରବର୍ତ୍ତି ସମୟରେ ବଦଳାଯାଇ କୋଭିଡ଼ ରିପୋର୍ଟ ବିନା ହିଁ ଦର୍ଶନ କରିହେବ ବୋଲି ପ୍ରଶାସନ ଅନୁମତି ଦେଇଥିଲା ।

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ସେହିପରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.