Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା

ଭୁବନେଶ୍ୱର: ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଚଳିତବର୍ଷ ରାଜନଗର, ମହାକାଳପଡା, କନିକା, ଗହିରମଥା ରେଞ୍ଜରେ ୨୨ଟି ଟିମ୍ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ଭିତରକନିକାର ବିଭିନ୍ନ ନଦୀ ନାଳରେ ଗଣନା କାର୍ଯ୍ୟ କରାଯାଇଥିଲା । ଯନ୍ତ୍ର ଚାଳିତ ବୋଟିଂ ଯୋଗୁ ଗଣନା କାର୍ଯ୍ୟରେ ଅନେକ ବାଧା ଉପୁଜିଥାଏ । ତେଣୁ ଗଣନା କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଥିଲା । ଆଜିଠୁ କଟକଣାରେ ଭିତରକନିକା ଖୋଲିବା ସହିତ କୋଭିଡ ନିୟମ ମାନି ପର୍ଯ୍ୟଟକ ଅଭୟାରଣ୍ୟ ବୁଲିପାରିବେ ।

Leave A Reply

Your email address will not be published.