Latest Odisha News

BREAKING NEWS

ପବିତ୍ର ରାମନବମୀରେ ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ପବିତ୍ର ରାମନବମୀ। ଚଳଚଞ୍ଚଳ ଗାଁଠୁ ସହର। ମହା ଆଡ଼ମ୍ବରରେ ବିଭିନ୍ନ ସ୍ଥାନରେ ରାମନବମୀ ପାଳନ କରାଯାଏ । ରାମ ଧ୍ୱନୀରେ କମ୍ପୁଛି ସବୁ ପୀଠ ଓ ମନ୍ଦିର । ଭୁବନେଶ୍ୱର ରାମମନ୍ଦିରରେ ଧୂମଧାମରେ ରାମନବମୀ ପାଳନ କରାଯାଉଛି । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସେପଟେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ। ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇପଡିଛି। ରାମନବମୀ ଉପଲକ୍ଷେ ଉତ୍ସବ ମୁଖର ହୋଇପଡିଛି ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର।

 

Leave A Reply

Your email address will not be published.