Latest Odisha News

ଆଜି ସାଣ୍ତ୍‌ଉଇଚ୍‌ ଦିବସ

ପ୍ରତିବର୍ଷ ନଭେମ୍ବର‌ ୩ ତାରିଖରେ ପାଳିତ ହୁଏ ‘ସାଣ୍ତ୍‌ଉଇଚ୍‌ ଦିବସ’। ସାରା ବିଶ୍ୱ‌ରେ ଏହା ଏକ ଲୋକପ୍ରିୟ ଖାଦ୍ୟ। ଏହାକୁ ପ୍ରସ୍ତୁତ କରିବା ସହଜ ଓ ଏହା ଶୀଘ୍ର ହଜମ ହୁଏ। ଏଥିରେ କ୍ୟାଲେରୀର ପରିମାଣ ବହୁତ କମ୍‌ ରହିଥାଏ। ଇଂଲଣ୍ତ୍‌ ଅନ୍ତର୍ଗତ ସାଣ୍ତ୍‌ଉଇଚ୍‌ର ଚତୁର୍ଥ ଅର୍ଲ‌୍‌ ଜନ୍‌ ମଣ୍ଟେଗୁ ଜଣେ ପୋକର‌୍ ଥିଲେ। ତାଙ୍କର ସାଣ୍ଡଉଇଚ୍‌‌ ଅତ୍ୟନ୍ତ ପ୍ରିୟ ଥିଲା।

ଥରେ ଖେଳୁଥିବା ବେଳେ ତାଙ୍କୁ ଭୋକ ଲାଗିଲା। ହେଲେ, ଖେଳରୁ ଉଠିବା ପାଇଁ ଇଚ୍ଛା ନ ଥିଲା। ରୋଷେୟାକୁ ଏଭଳି କିଛି ଖାଦ୍ୟ ପାଇଁ ଆଦେଶ ଦେଲେ, ଯାହା ଖେଳୁଥିବା ବେଳେ ଖାଇହେବ। ରୋଷେୟା କିମା ସିଝାଇ, ଦୁଇ ଖଣ୍ତ ପାଉଁରୁଟି ଭିତରେ ବଡ଼ ଯତ୍ନରେ ରଖି, ତାଙ୍କ ହାତକୁ ବଢ଼ାଇଦେଲା। ଅର୍ଲ‌୍‌ ଖେଳୁଖେଳୁ ସେତକ ଖାଇଦେଲେ ଏବଂ ଖେଳରେ ମଧ୍ୟ କୌଣସି ବାଧା ସୃଷ୍ଟି ହେଲା ନାହିଁ। ଏଭଳି ହୋଇଥିଲା ସାଣ୍ତ୍‌ଉଇଚ୍‌ର ଜନ୍ମ। ଅର୍ଲ‌୍‌ ମଣ୍ଟେଗୁଙ୍କୁ ଜନ୍ମ ଦିନକୁ ହିଁ ‘ସାଣ୍ତ୍‌ଉଇଚ୍‌ ଦିବସ’ ଭାବେ ପାଳନ କରାଯାଉଛି।

Comments are closed.