Latest Odisha News

BREAKING NEWS

ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିବ ବଜରଙ୍ଗ ଦଳ

– ଦେବଦତ୍ତ ରଥ

ନୂଆଦିଲ୍ଲୀ: ମସଜିଦରୁ ବାହାରୁଥିବା ଜିହାଦୀ ମୌଳବାଦୀ ମାନେ ହିନ୍ଦୁମାନଙ୍କ ଘର ଜାଳି ଦେଉଛନ୍ତି, ଆକ୍ରମଣ କରୁଛନ୍ତି । ଏହି ହିଂସାତ୍ମକ ଘଟଣା ବିରୋଧରେ ବଜରଙ୍ଗ ଦଳ ଆଜି ଦେଶବ୍ୟାପୀ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବ ବୋଲି ଭିଏଚପି ପକ୍ଷରୁ କୁହାଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ଶ୍ରୀ ପାରାଣ୍ଡେ କହିଛନ୍ତି, ଶୁକ୍ରବାର ନମାଜ୍ ପାଠ ପରେ ଦଙ୍ଗାକାରୀମାନେ ଯେଉଁଠାରୁ ବାହାରିଛନ୍ତି ସେହି ମସଜିଦ୍ ଉପରେ କଡ଼ା ନଜର ରଖାଯିବ । ଯେଉଁମାନେ ଦଙ୍ଗାକାରୀଙ୍କୁ ଉସୁକାଇ ଥିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ।

ଯେଉଁମାନଙ୍କୁ ଧମକ ଦିଆଯାଉଛି ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ ଏବଂ ଯେଉଁମାନେ ଧମକ ଦେଉଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଉ । ହିଂସା ସହ ଜଡ଼ିତ ବ୍ୟକ୍ତିଙ୍କ ସହ ଜିହାଦୀ ମାନସିକତାଧାରୀ ମସଜିଦ୍ ଏବଂ ଜମିଅତ୍- ଏ- ଉଲେମା- ଏ- ହିନ୍ଦ୍ ଭଳି ସଙ୍ଗଠନ ଉପରେ ଅଙ୍କୁଶ ଲଗାଯାଉ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ବିନୋଦ ବଂସଲ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Comments are closed.