Latest Odisha News

BREAKING NEWS

ଅଗ୍ନିପଥ ସ୍କିମକୁ ନେଇ ଜଳୁଛି ଦେଶ, ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ରେଳରୋକ

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ସ୍କିମକୁ ନେଇ ଦେଶର ଉତ୍ତେଜନା ଦେଖା ଦେଇଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ସ୍କିମକୁ ଜୋରଧାର ବିରୋଧ କରୁଛନ୍ତି ଯୁବଗୋଷ୍ଠୀ । କିଛି ସ୍ଥାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ରେଳରୋକ କରିଛନ୍ତି । ବିହାର ସହ ହରିୟାଣା, ରାଜସ୍ଥାନ ଆଦି ରାଜ୍ୟରେ ଅଗ୍ନିପଥ ସ୍କିମକୁ ପ୍ରତ୍ୟାହାର କରିନେବାକୁ ଦାବି ଉଠିଛି ।

ବିହାରରେ ବିକ୍ଷୋଭକାରୀ କହିଛନ୍ତି, ଆମେ ସେନାରେ ଭର୍ତ୍ତି ପାଇଁ କଠିନ ପରିଶ୍ରମ କରୁଛୁ । ସେବାକୁ ୪ ବର୍ଷ କେମିତି ସୀମିତ କରି ହେବ । ଯେତେବେଳେ କି ଏଥିରେ ଟ୍ରେନିଂ ସହ ଛୁଟି ବି ଅଛି । କେବଳ ୩ ବର୍ଷର ଟ୍ରେନିଂରେ ଦେଶର ସୁରକ୍ଷା କେମିତି କରିପାରିବୁ । ୪ ବର୍ଷ ପରେ କାମ କରିବାକୁ କେଉଁଠିକୁ ଯିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ବିକ୍ଷୋଭକାରୀ ।

ବିହାରର ଜହାନାବାଦ, ବକ୍ସର, ଆରା, ସହରସା, ନୱାଡା, ମୁଙ୍ଗେରରେ ହିଂସାତ୍ମକ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ । ଛାତ୍ର ରେଳରୋକ ସହ ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ହରିୟାଣାର ଗୁରୁଗ୍ରାମରେ ଅଗ୍ନିପଥ ସ୍କିମକୁ ବିରୋଧ କରି ହାଇୱେରେ ଧାରଣା ଦେଇଛନ୍ତି ଯୁବଗୋଷ୍ଠୀ । ଫଳରେ ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ହାଇୱେ ଜାମ୍ ହୋଇ ଯାଇଛି ।

Leave A Reply

Your email address will not be published.