Latest Odisha News

ଆଜି ହେବନି ଗଣତି, କେବଳ ଖୋଲାଯିବ ରତ୍ନଭଣ୍ଡାର

ପୁରୀ: ଆଜି ଗଣତି ହେବନି । ଖାଲି ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ । ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ । ତେଣୁ ଆଜି ଗଣତି ହେବନି । କେବଳ ଭିତର ଓ ବାହାରର ଚାବି ଖୋଲାଯିବ । ଚାବି ଖୋଲାଯାଇ କେବଳ ସିଫ୍ଟିଂ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ସୂଚନା ଅନୁସାରେ, ରତ୍ନ ଭଣ୍ଡାର ଯାଞ୍ଚ କମିଟି ବୈଠକରେ ଦିନ ୧ଟା ୨୮ ଶୁଭ ମୁହୂର୍ତ୍ତ ଥିବାରୁ ଏହି ସମୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ଧାର୍ଯ୍ୟ କରାଯାଇଛି । ଏହା ସହିତ ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଅଛି, ଏହାକୁ ଟ୍ରେଜେରୀରୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାବି ଆସିବା ପରେ ୧ଟା ୨୮ ସୁଦ୍ଧା ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ।

ବାହାର ରତ୍ନଭଣ୍ଡାରର ସମସ୍ତ ଚାବି ଅଛି । ଭିତର ରତ୍ନଭଣ୍ଡାର ପାଇଁ ଯେଉଁ ଚାବି ଅଛି ସେଥିରେ ଯଦି ନଖୋଲେ, ତାହାଲେ ଏସଓପି ଅନୁସାରେ କାର୍ଯ୍ୟ ଆଗକୁ ବଢାଯିବ। ଏଥିସହିତ ଆଜି ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ନାହିଁ  । କେବଳ ରତ୍ନଭଣ୍ଡାର ଭିତରର ଯାଞ୍ଚ କରାଯିବ । ଏହାର ଅବସ୍ଥା କିପରି ଅଛି, କେମିତି କ’ଣ ଏହା ଉପରେ କାର୍ଯ୍ୟ କରାଯିବ ସେନେଇ ତଦନ୍ତ କରାଯିବ । ଭିତରେ ଯାହା ବି ସବୁ କରାଯିବ ସବୁ କିଛିର ଭିଡିଓଗ୍ରାଫି ପ୍ରମାଣ ରହିବ  । ଯାହା ବି କମିଟିର ନିର୍ଦ୍ଦେଶ ରହିଛି ସେହି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

Comments are closed.